ଏକ ପେଡ୍ ମା’ କେ ନାମ କାର୍ଯ୍ୟକ୍ରମ

 ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବୁ୍ୟରୋ ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକ୍ ପେଡ୍ ମା’ କେ ନାମ୍ ଏବଂ ଜଳ ସଞ୍ଚୟ - ଜନଭାଗିଦାରୀ ଉପରେ ଏକ ସମନ୍ୱିତ ଯୋଗାଯୋଗ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍ଗରାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଏନଏସଏସ ୟୁନିଟ୍ ସହଯୋଗ କରିଥିଲା । ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନ ପରିସରରେ ସମନ୍ୱିତ ଯୋଗାଯୋଗ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ଦାସ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅନ୍ତର୍ଗତ ଏକ ଚାରା ରୋପଣ କରିଥିଲେ । ସେ ଏହି ବିଷୟବସ୍ତୁ ଉପରେ ଏକ ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ଦାସ ଛାତ୍ରଛାତ୍ରୀମାନଙ୍କୁ ‘ଏକ ପେଡ୍ ମା’ କେ ନାମ ୨.୦’ ଅଧୀନରେ ଅଧିକ ଗଛ ଲଗାଇବା ଏବଂ ଜନ ଭାଗିଦାରୀ ମାଧ୍ୟମରେ ଜଳ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଉସôାହିତ କରିଥିଲେ । ବିଶିଷ୍ଟ ପରିବେଶବିତ୍ ପ୍ରଭାତ କୁମାର ପରିଡା ଏବଂ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତୀ ପ୍ରିୟଦର୍ଶିନୀ ମିଶ୍ର ଅତିଥି ବକ୍ତା ଭାବରେ ବିଷୟବସ୍ତୁ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରୀୟ ସଞ୍ଚାର ବୁ୍ୟରୋ କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ‘ଏକ ପେଡ୍ ମା କେ ନାମ ୨.୦’ ଏବଂ ଜଳ ସଞ୍ଚୟ-ଜନ ଭାଗୀଦାରୀ ଅଭିଯାନର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ । ବାଲେଶ୍ୱର ବାଙ୍ଗରାସ୍ଥିତ ଏନଏସଏସ ୟୁନିଟ୍ ନୀଳକଣ୍ଠେଶ୍ୱର ଡିଗ୍ରୀ କଲେଜର ପ୍ରୋଗ୍ରାମ ଅଫିସର ଡକ୍ଟର ଲେଖାରାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।