ଏକାମ୍ର ଭୁବନେଶ୍ୱରର ପୂଜା କମିଟି ମୁରବୀ ସମ୍ମାନିତ: ମୂର୍ତ୍ତି କାରିଗର ବଟକୃଷ୍ଣଙ୍କୁ ‘ମହାଦେବୀ ସମ୍ମାନ’

 ଭୁବନେଶ୍ୱର : ଭୁବନେଶ୍ୱର ଲୁଇସରୋଡସ୍ଥିତ କେଦାରଗୌରୀ ରିସୋର୍ଟରେ ଏକାମ୍ର ଦୁର୍ଗା ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇଛି । ଉତ୍ସବରେ ଅତିଥି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଭୁବନେଶ୍ୱର ପ୍ରସନ୍ନ ପାଟଶାଣୀ, ଏକାମ୍ର-ଭୁବନେଶ୍ୱରର ବିଧାୟକ ବାବୁ ସିଂ, ମଧ୍ୟମ ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବାର କାଉଁସିଲର ଅଧ୍ୟକ୍ଷ ଶ୍ରୀ ଶିତାଂସୁ ମୋହନ ଦ୍ୱିବେଦୀ, ପୂର୍ବତନ ଓଡିଶା ପର୍ଯ୍ୟାଟନ ଉନ୍ନୟନ ନିଗମ ଅଧଧ୍ୟକ୍ଷ ସନ୍ତୋଷ ମହାନ୍ତି, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୂପମା ସାହୁ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଲିଂ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ସାହୁ, ବକ୍ସି ଜଗବନ୍ଧୁ ସ୍କୁଲ ସମ୍ପାଦକ ପ୍ରତାପ ଜେନା, ଦେବୟୁଗ ପରିବାର ଅଧ୍ୟକ୍ଷ ଦେବବ୍ରତ ନାୟକ, ନେତା ଅଞ୍ଚଳ ବଟୁ, ସମାଜସେବୀ ରବିନ୍ଦ୍ର ପାତ୍ର, କର୍ପୋରେଟର ସନ୍ତୋଷ ସିଂ, ରାମ ଚନ୍ଦ୍ର ରଣସିଂ, ଅଜିତ ବେହେରା, ରୂପେଶ ନାୟକ, ଶିବନାରାୟଣ ରାୟ, ପୂର୍ବତନ କର୍ପୋରେଟର ବନ୍ଦନା ସାହୁ, ପ୍ରସନ୍ନ ଦଳେଇ, କୃଷ୍ଣ ଚନ୍ଦ୍ର ସେଠି ପ୍ରମୁଖ ଯୋଗଦେଇ ଦେବୀ ପୂଜାର ପରମ୍ପରା, ମହାତ୍ମ୍ୟ, ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହି ମହୋତ୍ସବ ଏକାମ୍ର ଭୁବନେଶ୍ୱରର ସମସ୍ତ ପୂଜା କମିଟି ମଧ୍ୟରେ ଭାଇଚାରା ସୃଷ୍ଟି କରିବ ଏବଂ ଏହାଦ୍ୱାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ ରଖିଥିଲେ  । ଉପଦେଷ୍ଟା ଧୀରେନ ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମରଣିକା ‘ମହାଦେବୀ’ ଅତିଥିଙ୍କ ଦ୍ୱାରା ୍ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ୫୫ ବର୍ଷଧରି ନିଷ୍ଠାପର ଭାବରେ ନିଖୁଣ ଭାବରେ ବିଭିନ୍ନ ମଣ୍ଡପରେ ମୂର୍ତ୍ତୀ ନିର୍ମାଣ କରିଥିବା ବରିଷ୍ଠ ମୂର୍ତ୍ତୀ କାରିଗର ବଟକୃଷ୍ଣ ମହାପାତ୍ରଙ୍କୁ ‘ମହାଦେବୀ ସମ୍ମାନ-୨୦୨୫' ରେ ସମ୍ମାନିତ କରାଯାଇଥିଲା । ଏକାମ୍ର-ଭୁବନେଶ୍ୱରର ୫୦ ଗୋଟି ଦୁର୍ଗା ପୂଜା/ ହରପାର୍ବତୀ କମିଟିର କାର୍ଯ୍ୟକର୍ତ୍ତା ଓ ସାହି ମୁରବୀ ମାନଙ୍କୁ ଫଳକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ସମର୍ଥା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସଂପାଦକ ସଂଗ୍ରାମ କେଶରୀ ପାଇକରାୟ ସଂପାଦକୀୟ ଅଭିଭାଷଣ ରଖୁଥିଲେ । ଉପସଭାପତି ମଳୟ ମହାପାତ୍ର, ପ୍ରମୋଦ ମହାପାତ୍ର, ବିରଞ୍ଚି ନାରୟଣ ମହାସୁପକାର, ଦେବୀ ପ୍ରସାଦ ନନ୍ଦ, ପ୍ରତାପ ସାହୁ, କବିରାଜ ସ୍ୱାଇଁ ପ୍ରମୁଖ ଅଭିଭାଷଣ ରଖୁଥିଲେ । ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ବାମଦେବ ଗଜେନ୍ଦ୍ର, ନିହାର ରଂଜନ ସେଠୀ, ବିକ୍ରମ ସୁନ୍ଦରାୟ, ସରୋଜ ପ୍ରଧାନ ପ୍ରମୁଖ ରହିଥିଲେ । ଇଂ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।