ଜଙ୍ଗଲକୁ ଜଗିବେ ତାଲିମପ୍ରାପ୍ତ କୁକୁର
।ା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : ରାଜ୍ୟ ବନ ବିଭାଗର ନିଷ୍ପତ୍ତିକ୍ରମେ ଢେଙ୍କାନାଳ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଶିକାରୀମାନଙ୍କୁ ଧରିବା ପାଇଁ ବନ ବିଭାଗ ନୂଆ ଯୋଜନା କରିଛି । ତାଲିମପ୍ରାପ୍ତ କୁକୁରମାନଙ୍କୁ ଶିକାରୀଙ୍କୁ ଧରିବାକୁ ବନ ବିଭାଗର ନୂଆ ଯୋଜନାଛୋଟ ଦିନୁ ସ୍ୱତନ୍ତ୍ର ତାଲିମ ଦିଆଯାଇ ବିଭିନ୍ନ ରେଞ୍ଜରେ ନିୟୋଜିତ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । କପିଳାସ ଅଭୟରଣ୍ୟ ସମେତ ଢେଙ୍କାନାଳ ବନଖଣ୍ଡର ବିଭିନ୍ନ ରେଞ୍ଜରେ ବେଆଇନ ପଶୁ ଶୀକାର ସହ ଅବାଧ ଚୋରାକାଠ ଚାଲାଣ ସହିତ ବିଦୁ୍ୟତ୍ ତାର ବ୍ୟବହାର କରି ଜଙ୍ଗଲ ଜନ୍ତୁ ଶିକାର ଦୀର୍ଘଦିନ ହେବ ଚାଲିଥିଲେ ମଧ୍ୟ ତା’ଉପରେ ବନ ବିଭାଗ ଲଗାମ ଲଗାଇପାରୁନି । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଶିକାରୀମାନଙ୍କୁ ଗିରଫ କରୁଥିଲେ ମଧ୍ୟ ଏହା ଶିକାରୀଙ୍କ ଉପରେ କିଛି ପ୍ରଭାବ ପକାଇ ପାରୁନାହିଁ । ତେଣୁ ଏବେ ନୂଆ ଯୋଜନା କରିଛି ବନ ବିଭାଗ । ପୁଲିସ୍ ଭଳି ବନବିଭାଗ ପାଖରେ ରହିବ କୁକୁର । ବନ୍ୟଜନ୍ତୁ ଶିକାରୀଙ୍କୁ ଚିହ୍ନଟ ତଥା ଖୋଜିବା ପାଇଁ କୁକୁର ରଖିବ ବନବିଭାଗ । ବଢୁଥିବା ଜଙ୍ଗଲ ଅପରାଧ ଓ ଅପରାଧୀଙ୍କୁ ଦମନ କରିବାରେ ବନବିଭାଗ ପାଇଁ ଏହା ଦେଶ ସହାୟକ ହେବ । ଏଥିପାଇଁ ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ମୋଟ୍ ଦୁଇଟି ପ୍ରଜାତିର କୁକୁର ଚୟନ କରାଯିବ । ‘ବେଲଜିଆନ୍ ମାଲିନୋସ୍' ଓ ‘ଜର୍ମାନ୍ ସେଫର୍ଜ' ପ୍ରଜାତିର କୁକୁରଙ୍କୁ ଜଙ୍ଗଲ ଅପରାଧ ଦମନ ପାଇଁ କାର୍ଯ୍ୟରେ ନିୟୋଜିତ କରାଯିବ । ଗୋଟିଏ ୟୁନିଟ୍ରେ ମୋଟ୍ ୧୦ଟି କୁକୁର ଆସିବେ । ସେମାନଙ୍କୁ କପିଳାସ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ । ସେମାନଙ୍କ ଯିବା ଆସିବା ପାଇଁ ଗାଡ଼ିର ସୁବିଧା କରାଯିବ । ସନ୍ଧାନୀ କୁକୁର ନିୟୋଜିତ ହେଲେ ବନ୍ୟଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ କମିବ ଏବଂ ଶିକାରୀ ଧରାପଡ଼ିବେ ବୋଲି ବନବିଭାଗ ଆଶା ପ୍ରକଟ କରିଛି । ଶିକାରୀ ପ୍ରବଣ ହେଉଛି ଢେଙ୍କାନାଳ ବନଖଣ୍ଡ । ବନଖଣ୍ଡର କପିଳାସ ଅଭୟାରଣ୍ୟ ସମେତ ସଦର, ଷଡ଼ଙ୍ଗୀ, ହିନେ୍ଦାଳ, କାମାକ୍ଷାନଗର ପଶ୍ଚିମାଞ୍ଚଳ, ମହାବିରୋଡ ଆଦି ରେଞ୍ଜରେ ଚାଲିଛି ଅବାଧ ଜନ୍ତୁ ଶୀକାର । ଖାଦ୍ୟ ବୋମା, ବିଦୁ୍ୟତ୍ ଫାଶ, ଏବଂ ଦେଶୀ ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରାଯାଉଛି । ବନ୍ୟଜନ୍ତୁଙ୍କୁ ଶିକାର କରି ମାଂସ, ଚମଡା, ନଖ, ଦାନ୍ତ ସମେତ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଶିକାରୀ ବିକ୍ରି କରିଥାନ୍ତି । ଏଣିକି ଶିକାରୀ ଓ ଜଙ୍ଗଲ ଅପରାଧରେ ସଂପୃକ୍ତ ଅପରାଧୀଙ୍କୁ ସହଜରେ ଠାବ କରିବା ପାଇଁ ବନବିଭାଗ କୁକୁର ରଖିବ । ଯେଉଁ ଅପରାଧୀଙ୍କୁ ସହଜରେ ଧରିହୁଏ ନାହିଁ ସେମାନଙ୍କୁ କୁକୁର କାବୁ କରିବ । ଶିକାର କଲାବେଳେ ଶିକାରୀମାନେ ଛାଡି ଯାଇଥିବା ବିଭିନ୍ନ ସାମଗ୍ରୀ ଓ ସେମାନଙ୍କ ପାଦଚିହ୍ନକୁ ଶୁଙ୍ଘି ଘଞ୍ଚ ଜଙ୍ଗଲରେ ସେମାନଙ୍କୁ କାବୁ କରିବ ସନ୍ଧାନୀ କୁକୁର । ଏଥିସହ ତାଲିମ ପ୍ରାପ୍ତ କୁକୁରମାନେ ଜଙ୍ଗଲରେ ବିଛା ଯାଇଥିବା ବିସ୍ଫୋରକ ସାମଗ୍ରୀ ସହ ହାତୀ ଦାନ୍ତ, ବନ୍ୟଜନ୍ତୁଙ୍କ ଚମଡ଼ା, ନଖ, ମାଂସ ଆଦିକୁ ଠାବ କରିବାକୁ ସକ୍ଷମ ହେବ । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୁଲିସ୍ ଯେପରି ତଦନ୍ତ ପ୍ରକିୟାରେ ସନ୍ଧାନୀ କୁକୁରର ସାହାରା ନେଉଛି ସେପରି ବନବିଭାଗ ପାଖରେ ସନ୍ଧାନୀ କୁକୁର ରଖାଯିବ । ତାଲିମପ୍ରାପ୍ତ କୁକୁରଙ୍କୁ ଅଣାଯିବ । ‘ବେଲଜିଆନ୍ ମାଲିନୋସ୍' ଓ ‘ଜର୍ମାନ୍ ସେଫର୍ଡ' ପ୍ରଜାତିର କୁକୁରଙ୍କୁ ଚୟନ କରାଯାଇଛି । ଏଥିନିମନ୍ତେ ଖୁବ୍ଶୀଘ୍ର ଟେଣ୍ଡର ଡକାଯିବ । ଯୋଗାଣକାରୀ ସଂସ୍ଥାରୁ ତାଲିମପାପ୍ତ କୁକୁରଙ୍କୁ ଅଣାଯିବ । କପିଳାସ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ସେମାନଙ୍କୁ ରଖାଯିବ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗାଡି ମଧ୍ୟ ରହିବ । ଯେତେବେଳେ ଆବଶ୍ୟକ ପଡିବ ସେହି ଗାଡିରେ କୁକୁରୁ ଓ ଷ୍ଟାଫ୍ ଯିବେ । ଶିକାରୀଙ୍କୁ ଧରିବାରେ ଏହା ସହାୟକ ହେବ । ପୂର୍ବରୁ ଶିମିଳିପାଳରେ ଶିକାରୀରୁ ଧରିବା ପାଇଁ କୁକୁର ରଖାଯାଇଛି । ଢେଙ୍କାନାଳ ବନଖଣ୍ଡରେ ଖୁବ୍ଶୀଘ୍ର କୁକୁର ନିୟୋଜିତ କରାଯିବ । ବନ ବିଭାଗର ଏପରି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଥିବାବେଳେ ଶିକାରୀମାନେ ସାବାଡ ହେବେ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି ।