"ଏକ୍ସକୁ ସରକାରୀସ୍ତରରେ କାର୍ଯ୍ୟକର'
ଗୋପ: ରାଜ୍ୟ ସରକାର ସୋସିଆଲ ମିଡିଆ ଏକ୍ସକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବାକୁ ଦାବୀ ହେଉଛି । ଏନେଇ ଆସୋସିଏସନ ଅଫ ଟୁଇଟର ଏକ୍ଟିଭିଷ୍ଟ (ଏଟିଏ) ସରକାରକୁ ଦାବୀ ଜଣାଇଛି । ଏକ୍ସ କୁ କାର୍ଯ୍ୟକାରୀ କଲେ ଲୋକଙ୍କ ସମସ୍ୟା ସିଧାସଳଖ ସରକାରଙ୍କ ପାଖରେ ପହଁଞ୍ଚିପାରିବ । ସରକାର ଡାଇରେକ୍ଟ ତାର ସମାଧାନ କରିପାରିବେ । ଏନେଇ ଉକ୍ତ ସଂଗଠନର ସଦସ୍ୟ/ସଦସ୍ୟାମାନେ ରାଜ୍ୟର ନେତୃତ୍ୱବୃନ୍ଦ ଓ ସମସ୍ତ ଜିଲ୍ଲାର ପ୍ରମୁଖମାନଙ୍କ ଦ୍ୱାରା ଏକ କମିଟି ଗଠନ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାରେ ଖୁବ୍ ସହଜ ଏବଂ ଉପଯୋଗୀ ମାଧ୍ୟମ ହେଉଛି ' ଏକ୍ସ ' ପରି ପ୍ଲାଟଫର୍ମ । ଏହା ସରକାର ମଧ୍ୟ ସ୍ୱୀକାର କରିବେ ଯେ, ବାଲେଶ୍ୱର ଛାତ୍ରୀଙ୍କୁ ଏଭଳି ଚରମ ପରିଣାମ ଭୋଗିବାକୁ ପଡ଼ି ନଥାନ୍ତା ଯଦି ସେଦିନ ଟ୍ୱଇଟର ବା ଏକ୍ସ ଜରିଆରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ଉପରେ ଦୃଷ୍ଟି ଦେଇ ପାରିଥାନ୍ତେ । ଏଥିପାଇଁ ଉକ୍ତ ସଂଗଠନ ର ସଦସ୍ୟ ସଦସ୍ୟା ମାନେ ଓଡିଶାର ୩୧୫ ବ୍ଲକରେ କାର୍ଯ୍ୟରତ । ତାହା ପୁଣି ନିଶୁକ୍ଳ ଭାବେ ସାଧାରଣ ଜନତା ଙ୍କ ସମସ୍ୟା ଠାରୁ ସାମୁହିକ ସମସ୍ୟା କ୍ଷେତ୍ରରେ ଅଗ୍ରସର ହେଉଛନ୍ତି । ଏନେଇ ଗୋପ ବ୍ଲକର ଟ୍ୱଇଟର ବୟ ସନ୍ତୋଷ କୁମାର ନାୟକ ଓ ସଚ୍ଚିଦାନନ୍ଦ ଗୋଛାୟତଙ୍କ ନେତୃତ୍ୱ ଆଜି ଗୋପରେ ଥିବା ବିଏସି ନର୍ସିଙ୍ଗ "ମୁକ୍ତି ଗ୍ରୁପ ଇନ୍ଷ୍ଟିଚୁ୍ୟଟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ୍ସ ଉପକାରିତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଏକ୍ସ ସମ୍ପର୍କ ଉପରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ଏକ୍ସକୁ ସରକାର କାର୍ଯ୍ୟକାରୀ କଲେ ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀ ବିଶି ଙ୍କ କ୍ଷେତ୍ରରେ ହୋଇଥିବା ସମସ୍ୟା ର ପୁନରାବୃତ୍ତି ହେବନାହିଁ ବୋଲି ଭାଗନେଇଥିବା ଛାତ୍ରଛାତ୍ରୀ ନିଜ ମତ ରଖିଥିଲେ ।