ଏଚ୍ଡିଏଫ୍ସି ବ୍ୟାଙ୍କର ପ୍ରଶସ୍ତିକରଣ 

 ବଡ଼ଚଣା : ବ୍ୟାଙ୍କିଙ୍ଗି ସେବାକୁ ଆହୁରି ସରଳିକରଣ କରିବା ଏବଂ ଅଞ୍ଚଳବାସୀଙ୍କୁ ସ୍ୱାବଲମ୍ବୀ କରିବା ନେଇ ଚଣ୍ଡିଖୋଲ ଏଚ୍ଡିଏଫ୍ସି ବ୍ୟାଙ୍କର ପ୍ରଶସ୍ତିକରଣ ଓ ନୂତନ ଗୃହ ଉଦ୍ଘାଟନ ହୋଇଛି । ଜିଲ୍ଲାପାଳ ଅମ୍ବର୍ କର ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ କର କହିଛନ୍ତି ରାଜ୍ୟର ଆର୍ଥôକ ବିକାଶରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ଜନସାଧାରଣ ମାନଙ୍କ ଆର୍ଥôକ ଉନ୍ନତି କରିବାରେ ମଧ୍ୟ ସହାୟକ ହେଉଛି । ଏହି ବ୍ୟାଙ୍କରେ ଲକର ବ୍ୟବସ୍ଥା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନ କୌଶଳରେ ଉନ୍ନତମାନର ସେବା ପ୍ରତେକ ଗ୍ରାହକ ପାଇବେ ବୋଲି ଆଶା କରାଯାଇପାରେ । ବ୍ୟାଙ୍କର ଆଂଚଳିକ ମୁଖ୍ୟ ସଂଗ୍ରାମ ଅଜିତାଭ ଦାସ ଯୋଗଦେଇ ଭାରତରେ ଦ୍ୱିତୀୟ ବୃହତମ ବ୍ୟାଙ୍କ୍ ଭାବରେ ଏଚ୍ଡିଏଫ୍ସି ବ୍ୟାଙ୍କ୍ ଗ୍ରାହକଙ୍କୁ ବୈଷୟିକ ଜ୍ଞାନ କୌଶଳ ଉନ୍ନତ ସେବା ଯୋଗାଇ ଦେଉଛି ଓ କର୍ମଚାରୀ ମାନଙ୍କ ଉତମ ବ୍ୟବହାର ଯୋଗୁ ବ୍ୟାଙ୍କ୍ କୋଟି କୋଟି ଗ୍ରାହକଙ୍କ ପ୍ରିୟପାତ୍ର ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତଅତିଥି ଭାବେ ବ୍ୟବସାୟୀ ଦିଲ୍ଲୀପ ଚୌଧୁରୀ, ଶାଖା ପରିଚାଳକ ସନ୍ତୋଷ ନନ୍ଦ, ବ୍ୟକ୍ତିଗତ ବ୍ୟାଙ୍କର ମୋହନ ଚନ୍ଦ୍ର ସାହୁ, ସୁରେନ୍ଦ୍ର ମହାରଣା, ରଶ୍ମିତା ପଣ୍ଡା, କୋଷାଧ୍ୟକ୍ଷ ଅଭିଳାଷ ଦାସ, କର୍ମଚାରୀ ସ୍ମୃତିସ୍ନିଗ୍ଧା ଜେନାମଣି, ସ୍ୱର୍ଣ୍ଣପ୍ରଭା ଖୁଂଟିଆ, ସୁନିତା ମିଶ୍ର, ସତ୍ୟଜିତ ଦାସ, ଉମର ଫାରୁକ୍ ମହମ୍ମଦ, ମାନସ କୁମାର ବେହେରା, ପ୍ରଦୁ୍ୟମ୍ନ ରାଜ୍, ରେଣୁଲତା ଗିରି, ମନୋରମା ସାହୁ, ସୁମନ୍ତ ନାୟକ, ପ୍ରଦୀପ ସାହୁ, ହାଡିବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇଥିଲ । ଏହି ଅବସରରେ ମୁଖ୍ୟଅତିଥି ନୂତନ ଏଟିଏମ୍ ଉଦ୍ଘାଟନ କରିବା ସହିତ ତୁଳସୀ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ଗୋଷ୍ଠିକୁ ଋଣ ଅର୍ଥ ପ୍ରଦାନ କରିଥିଲେ ।