ଏଟିଏମ ଅଚଳ; ଗ୍ରାହକ ହୀନସ୍ତା


କାଳିଆପାଣି : ଆଜିର ଡିଜିଟାଲ ଦୁନିଆରେ ଅନ ଲାଇନ ପେମେଣ୍ଟ କାରବାର ଏବଂ ଏଟିଏମ ପ୍ରତ୍ୟେକ ଗ୍ରାହକଙ୍କ ପାଇଁ  ଆବଶ୍ୟକ ହୋଇପଡ଼ିଛି । କିନ୍ତୁ ୟୁନିଅନ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ ଫେଲ ମାରିିଛି । କାଳିଆପାଣି କଲୋନୀ ପରିସର ମଧ୍ୟରେ ଥିବା ୟୁନିଅନ ବ୍ୟାଙ୍କର ଏଟିଏମ ମେସିନଟି ଦୀର୍ଘ ଦୁଇ ବର୍ଷ ହେଲା ଅଚଳ ହୋଇପଡ଼ିବା ସହ ପରିସର ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏକଥା କେବଳ ସେହି ବ୍ୟାଙ୍କର ଗ୍ରାହକ କହୁନାହାନ୍ତି ଖୋଦ ବ୍ରାଞ୍ଚ ମ୍ୟାନେଜର ରଞ୍ଜନ କୁମାର କହିଛନ୍ତି । 
ପ୍ରକାଶ ଥାଉକି ଉକ୍ତ ବ୍ୟାଙ୍କଟି ପ୍ରଥମେ କାଳିଆପାଣି ଅଞ୍ଚଳର ଆନ୍ଧ୍ରା ବ୍ୟାଙ୍କ ଏବଂ ଏବେ ୟୁନିଅନ ବ୍ୟାଙ୍କରେ ପରିବର୍ତ୍ତନ ହୋଇଛି । ଖଣି ଅଞ୍ଚଳର ହଜାର ହଜାର ଗରିବ ଆଦିବାସୀଙ୍କ ଠାରୁ ଆରମ୍ଭ କରି ବଡବଡ଼ ଠିକାଦାର ଏବଂ ଖଣି କମ୍ପାନୀ ମାନଙ୍କ କାରବାର ବ୍ୟାଙ୍କ ମାଧ୍ୟମରେ କରିଥାନ୍ତି । ଏଭଳି ପରିସ୍ଥିତିରେ ଏଟିଏଟି ଦୀର୍ଘ ଦୁଇବର୍ଷ ଧରି ଅଚଳ ହୋଇ ପଡି ରହିବା ଏବଂ ପରିସର ପରିତ୍ୟକ୍ତ ଅବସ୍ଥାରେ ପଡିରହିବା ଘଟଣା ଗ୍ରାହକଙ୍କୁ ହିନସ୍ତା କରିଛି । ପ୍ରତିଦିନ ବ୍ୟାଙ୍କର ଶହଶହ ଗ୍ରାହକ ଟଙ୍କା ଉଠାଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବ୍ୟାଙ୍କର ଗ୍ରାହକ ବାଧ୍ୟହୋଇ ଟାଟା ବଜାରରେ ଥିବା ଏଟିଏକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅନେକଥର ଗ୍ରାହକ ଏନେଇ ଅଭିଯୋଗ କରିଥିଲେ ହେଁ ସମ୍ପୃକ୍ତ ଅଧିକାରୀ ଏଥିପାଇଁ ଗୁରୁତ୍ୱ ଦେଇନାହାନ୍ତି ।  ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୁଁ ଏଠାକୁ ୬ ମାସ ହେବ ବଦଳି ହୋଇ ଆସିଛି । ଏଟିଏମ ଅଚଳ ପାଇଁ ପାଇଁ ମୁଁ ଉତ୍ତରଦାୟୀ ନୁହଁ । କମ୍ପାନୀ ସହିତ ଯୋଗାଯୋଗ କରାଯାଇଛି । ଖୁବଶୀଘ୍ର ଏଟିଏମ ସଚଳ କରାଯିବ ବୋଲି କହିଥିଲେ ।