ରାମଚନ୍ଦ୍ର ଡିଲର୍ସ ଫେଡେରେସନର କାର୍ଯ୍ୟକାରୀ ସଭାପତି
ଆନନ୍ଦପୁର: ସର୍ବଭାରତୀୟ ଡିଲର୍ସ ଫେଡେରେସନ ରାଜ୍ୟ ସଭାପତି ନଗେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଲୋୟାର ପିଏମଜୀ ସ୍ଥିତ ବାସଭବନରେ ସର୍ବଭାରତୀୟ ଡିଲର୍ସ ଫେଡେରେସନ ଓଡ଼ିଶା ଶାଖାର ଏକ ପୂର୍ଣ୍ଣାଙ୍ଗ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ବିଜେପି ନେତା ତଥା ଆନନ୍ଦପୁର ପୌରପରିଷଦର ପ୍ରାକ୍ତନ ଅଧକ୍ଷ୍ୟ ରାମଚନ୍ଦ୍ର ସାହୁଙ୍କୁ ସହମତି ଭିତ୍ତିରେ ମନୋନୀତ କରାଯାଇଛି । ଶ୍ରୀ ସାହୁ ରାଜ୍ୟ କାରୀ ସଭାପତି ହେବାପରେ ଆନନ୍ଦପୁରର ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ହାଟଡିହି ବ୍ଳକ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଆନନ୍ଦପୁର ବ୍ଳକ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ଆନନ୍ଦପୁର ନଗର ମଣ୍ଡଳ ସଭାପତି ହେମନ୍ତ ସାହୁ, ଇଂ କିରନ ପାଢ଼ୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।