ଧର୍ମଶାଳା ଟାଏକୋଣ୍ଡୋ; ଏକାଡେମୀ ଚାମ୍ପିଅନ୍

ଧର୍ମଶାଳା : ଯାଜପୁର ଜିଲ୍ଲା ଟାଏକୋଣ୍ଡୋ ସଂଘ ଓ ଧର୍ମଶାଳା ଟାଏକୋଣ୍ଡୋଏକାଡେମୀ ମିଳିତ ଆନୁକୂଲ୍ୟରେ ଦୁଇଟି ଇଭେଣ୍ଟ କୁ୍ୟରୋଗି ଓ ପୁମସି ପ୍ରତିଯୋଗିତା ହୋଯାଇଛି । ଜିଲ୍ଲାର ୩ଟି ଏକାଡେମୀ ଯଥା ଯାଜପୁର ମାର୍ଶଲ ଏକାଡେମୀ, ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ ଓ ମା'ବିରଜା ଟାଏକୋଣ୍ଡୋ ଏକାଡେମୀରୁ ୨୫୦ରୁ ଊଦ୍ଧ୍ୱର୍ ବାଳକ ଓ ବାଳିକା ପ୍ରତିଯୋଗୀ କୁ୍ୟରୋଗୀ ଓ ପୁମସିରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଟାଏକୋଣ୍ଡୋ ସଂଘରୁ ୧୩ଜଣ ଜାତୀୟ ରେଫରୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଉଦ୍ଘାଟନ ଉତ୍ସବରେ ଯାଜପୁର ଜିଲ୍ଲା  କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ, ଓଡ଼ିଶା ଟାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ତଥା ଆନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ମନମୋହନ ଭଞ୍ଜ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଯାଜପୁର ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ସମ୍ପାଦକ ଯଯାତି କେଶରୀ ଧଳ, ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ ସଭାପତି ସନ୍ତୋଷ କୁମାର ସାହୁ, ଉପସଭାପତି ସୁଶାନ୍ତ କୁମାର ବେହେରା, ମା' ବିରଜା ଟାଏକୋଣ୍ଡୋ ଏକାଡେମୀ ସଭାପତି ସୁରଜ୍ ଲାଲ ସାମଲ ପ୍ରତିଯୋଗିତାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ସର୍ବଶେଷରେ ଟିମ୍ ର୍ୟାଙ୍କିଂରେ ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ କ୍ୟୁରୋଗି ଓ ପୁମସି ଇଭେଣ୍ଟରେ ଚାମ୍ପିଅନ ଟ୍ରଫି ହାସିଲ କରିଥିଲା । ତାହା ସହିତ ଯାଜପୁର ମାର୍ଶଲଆର୍ଟ ଏକାଡେମୀ କ୍ୟୁରୋଗି ଇଭେଣ୍ଟରେ ଉପବିଜେତା ହୋଇଥିବା ବେଳେ ମା'ବିରଜା ଟାଏକୋଣ୍ଡୋ ଏକାଡେମୀ ପୁମସି ଇଭେଣ୍ଟରେ ଉପବିଜେତା ଟ୍ରଫି ହାସିଲ କରିଥିଲା । ଧର୍ମଶାଳା ଟାଏକଣ୍ଡୋ ଏକାଡେମୀ ସେକ୍ରେଟାରୀ ସମର ସିଂହ ଓ ଉପସଭାପତି ସୁଶାନ୍ତ କୁମାର ବେହେରା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।