ଏଥର ବର୍ଷାରେ ଦଶହରାରେ ଲଘୁଚାପ

ଏଥର ବର୍ଷାରେ ଦଶହରାରେ ଲଘୁଚାପ

ଭୁବନେଶ୍ୱର : ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ସୂଚନାନୁସାରେ, ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ଏନେଇ ରାଜ୍ୟରେ ହାଲୁକାରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।