ଦେଶୀ ମଦ ଜବତ, ୩ ଗିରଫ

 ବାଣପୁର : ଅବକାରୀ ଓ ପୋଲିସ ଚଢ଼ଉ କରି ୯ହଜାର ଲିଟର ପୋଚ ଓ ଦେଶୀ ମଦ ନଷ୍ଟ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ବାଣପୁର ପୋଲିସ ଟାଙ୍ଗୀ ଅବକାରୀ ନିରୀକ୍ଷକ ରାଧକାନ୍ତ ଭୋଇ ଉପନିରୀକ୍ଷକ ଆମେରେନ୍ଦ୍ର ଶତପଥୀ ଜିଲ୍ଲା ଭ୍ରାମମାଣ ଉପ ନିରୀକ୍ଷକ ସୁଜିତ କୁମାର ନାଗ ବାଳୁଙ୍ଗା ଅବକାରୀ ଅଧିକାରୀ ସୁଜିତ ମୁଦୁଲି ବାଣପୁର ଥାନା ଅନ୍ତର୍ଗତ କୋଷରଡା ଓ ଶାଳିଆ ଡ୍ୟାମ ଅଞ୍ଚଳରେ ଚଢ଼ଉ କରି ବହୁ ପରିମାଣର ପୋଚ ଦେଶୀ ମଦ ଓ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ନଷ୍ଟ କରିଛନ୍ତି । ବାଲୁଙ୍ଗା ଥାନା ବଡକୁଳ ଅଞ୍ଚଳରୁ ୩୦୭ଲିଟର ଦେଶୀ ଓ ବିଦେଶୀ ମଦଜବତ କରିବା ସହ ଗିଁତାଞ୍ଜଳି ସାହୁ, କୃଷ୍ଣ ମୋହନ ସାହୁ, କିଶୋର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଚଢ଼ଉରେ ଏସ୍ଆଇ ସୁନିତା ମହାରଣା, ସଞ୍ଜୟ ସୁବୁଦ୍ଧି, ସଞ୍ଜୟ ରାଉତ, ଅଶେଷ ପ୍ରଧାନ, ରଂଜିତ ପଟେଲ, ମନୋଜ ଜୟସି. ବିକାଶ ରାଉତ ସସ୍ମିତା ସେଠି କାଲୁ ପ୍ରଧାନ ପ୍ରମୁଖ ସାମିଲଥିଲେ ।