ଏଫ୍ଏମ୍ କଲେଜ ଛାତ୍ରୀ ମାମଲା ଜିଲ୍ଲାପାଳ, ଏସପି ଓ ସିଡିଏମଓଙ୍କୁ ଏନଏଚଆରସିଙ୍କ ରିପୋର୍ଟ ତଲବ

 ଭୁବନେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ପ୍ରଫେସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବା ଘଟଣାକୁ ଗୁରୁତ୍ୱ ଭାବେ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହୁ୍ୟମାନ ରାଇଟ୍ସ ଫ୍ରଣ୍ଟର ଅଧ୍ୟକ୍ଷ ତଥା ଓଡିଶା ଅଭିଭାବକ ମହାସଂଘ ଉପଦେଷ୍ଟା ମନୋଜ ଜେନା ମାମଲା ଦାୟର କରିଥିଲେ । କଲେଜ ଅଧ୍ୟକ୍ଷ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ଅଭିଯୋଗ କରିବା ସତ୍ତ୍ୱେ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା  । ଯାହାଫଳରେ ଛାତ୍ରୀ ଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ  । ସେ ବର୍ତ୍ତମାନ ଗୁରୁତର ଭାବେ ପୋଡ଼ି ହୋଇ ଆହତ ଅବସ୍ଥାରେ ଏମ୍ସରେ ଚିକିତ୍ସିତ ହେଉଛନ୍ତି  । ସରକାର ପ୍ରଫେସର ଏବଂ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିଛନ୍ତି ଓ ତଦନ୍ତ ଦଳ ଗଠନ କରାଯାଇଛି । ଜେନା ଏକ ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ, ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କ ପାଇଁ ଉପଯୁକ୍ତ ଚିକିସôା ଏବଂ କ୍ଷତିପୂରଣ ଏବଂ ଭବିଷ୍ୟତରେ ଏପରି ଘଟଣା ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ବ୍ୟବସ୍ଥା ଦାବି କରିଛନ୍ତି । ମାନ୍ୟବର କମିସନ ବାଲେଶ୍ୱର ଜିଲ୍ଲା କଲେକ୍ଟର/ମାଜିଷ୍ଟ୍ରଟ ଏବଂ ମୁଖ୍ୟ ଚିକିସôା ଅଧିକାରୀ, ପୀଡିତା ୧୫ ଦିନ ମଧ୍ୟରେ ତଦନ୍ତ କରି କମିଶନଙ୍କ ସମ୍ମୁଖରେ  ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।