"ସୈନିକ ସ୍କୁଲ ବଞ୍ଚାଅ, ଅଳିଆଗଦା ହଟାଅ' ଅଭିଯାନର ମୌନ ପ୍ରତିବାଦ

 ଭୁବନେଶ୍ୱର : ଆଚାର୍ଯ୍ୟ ବିହାର ରୋଡ ଉପରେ ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ସୈନିକ ସ୍କୁଲ ବଞ୍ଚାଅ ଓÿ ଅଳିଆ ଗଦା ହଟାଅ ଅଭିଯାନ ପକ୍ଷରୁ  ଆଜି ଦୀର୍ଘ ୧୮ ବର୍ଷ ଧରି ବେଆଇନ  ଭାବେ ଅଳିଆ ଗଦାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦୁର୍ଗନ୍ଧ ସହ ଦୁରାରୋଗ୍ୟରେ ହନ୍ତସନ୍ତ କରିବା ପ୍ରତିବାଦ ରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତାଙ୍କ ଦ୍ୱାରା ମୁହଁରେ କଳାପଟି ବାନ୍ଧି ମୌନ ପ୍ରତିବାଦ କରା ଯାଇଛି  । ସୈନିକ ସ୍କୁଲ ପାଚେରୀକୁ ଲାଗି ଥିବା ଗାଡ଼କଣ ଅଳିଆଗଦା   ବିନା କୌଣସି ପରିବେଶ ମଞ୍ଜୁରୀ, ଆବର୍ଜନା ନିରାପଦ ପରିଚାଳନା ନିୟମ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମୋଦନରେ ଗତ ୧୮ ବର୍ଷ ହେଲା ଚାଲୁ ରହିଛି  । ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲା ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଲୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମଙ୍କୁ ଆଫିଡାଭିତ ମାଧ୍ୟମରେ ଜବାବ ମାଗିଛନ୍ତି  । ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ଏହାର ସଭାପତି ବାସୁଦେବ ଭଟ୍ଟଙ୍କ ଦ୍ୱାରା ଆଗତ ଏହି ମାମଲାରେ ଉତ୍ତର ପାଇଁ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ସମୟ ଧାର୍ଯ୍ୟ କରିଛନ୍ତି  । ମାମଲାରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପକ୍ଷଭୁକ୍ତ ଅଛନ୍ତି  । ଅଳିଆଗଦା ଯୋଗୁଁ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ହେବା ସହିତ ଓ ଏହାର ଆଖପାଖରେ ରହୁଥିବା ବାସିନ୍ଦା ମାନଙ୍କର ସ୍ୱାସ୍ଥ୍ୟପ୍ରତି ଘୋର ବିପଦ ସୃଷ୍ଟି ହେଇଛି  । ବେଆଇନ ଭାବେ ଚାଲିଥିବା ଏହି ଅଳିହା ଗଦାକୁ ସରକାର ଅସ୍ଥାୟୀ ଆବର୍ଜନା ପରିଚାଳନା କେନ୍ଦ୍ର ନାମ ଦେଇ  ନିୟମ ଉଲଂଘନ କରି ଚାଲି ଛନ୍ତି  । ଗଡ଼କଣା ଓ ଏହାର ଆଖପାଖ ଅଞ୍ଚଳ ଭୁବନେଶ୍ୱର ସ୍ମାର୍ଟ ସିଟିର ବାସିନ୍ଦାଙ୍କ ଯେଉଁ ସ୍ମାର୍ଟ ସହର ସୁବିଧା ଆଶା ତାହା ବିଷ ବଳୟରେ ପରିଣତ ହୋଇଛି  । ପୂର୍ବରୁ ଏହାକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିବା ସହ ୪୦ ଦିନ ଧରି ଆନେ୍ଦାଳନ କରିଥିଲେ ବି ସରକାରକୁ ଆସିବା ପରେ ସବୁ ପ୍ରତିଶୃତି ଭୁଲିଯାଇଛନ୍ତି  । ତେଣୁ ଆଜି ଅଭିଯାନ ପକ୍ଷରୁ ମୁହଁରେ କଳାପଟି ପିନ୍ଧି ଆଜି ମୌନ ପ୍ରତବାଦ କରାଯାଇଥିଲା  । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ଲଢେଇ ଆହୁରି ଜୋରଦାର ହେବ ବୋଲି ପ୍ରତିବାଦରେ ଯୋଗ ଦେଇ ଅଭିଯାନରେ ସାମିଲ ହୋଇଥିବା ଆବାହକ ଭିକ୍ଷାକାରି ତ୍ରିପାଠୀ, ବରିଷ୍ଠ ସଦଶ୍ୟ ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ଚିନ୍ତାମଣି ବାରିକ, ନିରୁପମା ପାତ୍ର, ସମେତ ଅନ୍ୟାନ୍ୟ କର୍ମକର୍ତା  କହିଛନ୍ତି  ।