ଏଭିଏଫସିସିଏଲ ଏମଡ଼ି ଦାୟିତ୍ୱରେ ଶିବ ପ୍ରସାଦ
ଭୁବନେଶ୍ୱର : ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ଼ର ପରିଚାଳନା ନିଦେ୍ର୍ଦଶକ ଶିବ ପ୍ରସାଦ ମହାନ୍ତିଙ୍କୁ ଆସାମ ଭ୍ୟାଲି ଫର୍ଟିଲାଇଜର ଓ କେମିକାଲ କମ୍ପାନୀ ଲିମିଟେଡ଼ (ଏଭିଏଫସିସିଏଲ)ର ପ୍ରଥମ ପରିଚାଳନା ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଛି । ସେ ବର୍ଷକ ପାଇଁ ଏହି ଦାୟିତ୍ୱରେ ରହିବେ । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏଭିଏଫସିସିଏଲର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି ।
ଏଭିଏଫସିସିଏଲ ଆସାମ ସରକାରଙ୍କ ଏକ ଯୌଥ ଉଦ୍ୟୋଗ । ୨୦୨୫ ଜୁଲାଇ ୨୫ରେ ଏହାର ପ୍ରତିଷ୍ଠା ହୋଇଥିଲା । ସାର ଓ ୟୁରିଆ ଉତ୍ପାଦନ କ୍ଷେତ୍ରରେ ଅଭିଜ୍ଞ, ବିଭିସିଏଲଫରେ କାର୍ଯ୍ୟ କରିବାର ଅଭିଜ୍ଞତା ଓ ଆସାମ ଉପରେ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ପ୍ରଥମ ପରିଚାଳନା ନିଦେ୍ର୍ଦଶକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହିସବୁ ମାନଦଣ୍ଡ ପୂରଣ କରିପାରିଛନ୍ତି ଶିବ ପ୍ରସାଦ । ଦୀର୍ଘଦିନର ଅଭିଜ୍ଞତା ଓ ଏଭଳି ଉଦ୍ୟୋଗରେ ସଫଳତା ପାଇଁ ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି ।