ଚେନ୍ନାଇ ଉକôଳ ଆସୋସିଏସନ୍ ମାଡ୍ରାସ ପକ୍ଷରୁ ଉକôଳ ଦିବସ
ଚେନ୍ନାଇ : ଓଡ଼ିଶା ବାହାରେ ରହିଲେ ବି ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ଭୁଲି ନାହାଁନ୍ତି ପ୍ରବାସୀ ଓଡ଼ିଆ । ଓଡ଼ିଶାରେ ଯେଭଳି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ ସେଭଳି ଓଡ଼ିଶା ବାହାରେ କର୍ମ କ୍ଷେତ୍ରରେ ରହି ବ୍ୟସ୍ତତା ସୁଦ୍ଧା ଓଡ଼ିଆ ପରମ୍ପରା କୁ ନଭୁଲି ଓଡ଼ିଶାର କଳା ଓ ସଂସ୍କୃତି କୁ ବଜାଇ ରଖିଛନ୍ତି । ଚେନ୍ନାଇର ପ୍ରାୟ ୧୦ ଲକ୍ଷ ଓଡ଼ିଆ ବସବାସ କରନ୍ତି । ଓଡ଼ିଶା ଜନ୍ମ ଭୂମି ହୋଇଥିବା ବେଳେ ଚେନ୍ନାଇକୁ ନିଜର କର୍ମ ଭୂମି ଅପୋଣାଇ ଦୁଇଟି ରାଜ୍ୟ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛନ୍ତି । ଚେନ୍ନାଇର ସର୍ବପୁରାତନ ସଙ୍ଗଠନ ଉକôଳ ଆସୋସିଏସନ୍ ମାଡ୍ରାସ ପକ୍ଷରୁ ଚଳିତ ବର୍ଷ ୮୯ ତମ ଉକôଳ ଦିବସ ଓ ବାର୍ଷିକ ଉସôବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପ୍ରଥମେ ମହାପ୍ରଭୂ ଜଗନ୍ନାଥ ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ପୂଜା କରାଯାଉ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ କୁନି କୁନି ପିଲାମାନଙ୍କୁ ନେଇ ଏକ ଟେଲେଣ୍ଟ ସୋରେ ପିଲାମାନେ ନିଜର ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । ସମ୍ବଲପୁରୀ ସାଙ୍ଗକୁ ଓଡିଶୀ,ଆଧୁନିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଓଡ଼ିଶୀ ନୃତ୍ୟ ଗୁରୁ ମାନସୀ ରାଉତରାୟଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଥିରୁମ ଶୁବ୍ରମନ୍ୟନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଆଇଏଏସ୍ ଯତୀନ୍ଦ୍ର ନାଥ ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ଭାବେ ଏନ୍ଏଲସି ଇଣ୍ଡିଆ ଲିମିଟେଡର ଅର୍ଥ ନିଦେ୍ର୍ଦଶକ ଡ ପ୍ରସନ୍ନ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ । ଉକôଳ ଆସୋସିଏସନ୍ ମାଡ୍ରାସ ର ସଭାପତି ପବିତ୍ର ମୋହନ ମାଝୀ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ସୁଭ୍ରମନ୍ୟନ୍ ପ୍ରଥମେ ଓଡ଼ିଆରେ ଆରମ୍ଭ କରିଥିଲେ ନିଜର ବକ୍ତବ୍ୟ ଏବଂ ଓଡ଼ିଶା ସମ୍ପର୍କରେ ଅନେକ ଗାଥା କହିଥିଲେ । ଓଡ଼ିଶାର କଳା ଓ ସଂସ୍କୃତିକୁ ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ବ୍ୟକ୍ତି ଯେଉଁମାନେ ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ସେମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।