ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ  

ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ  

ଭୁବନେଶ୍ୱର : ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମହାତ୍ମା ଗାନ୍ଧୀ ମାର୍ଗରେ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି । ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ସମସ୍ତ  ଶିକ୍ଷକ ଓ ଶିକ୍ଷୟତ୍ରୀ । ୪୨ ଶହ ଗ୍ରେଡ ପେ, ମୂଳ ଚାକିରି ସହ ୬ଟି ଇନକ୍ରିମେଣ୍ଟ ଦାବି ନେଇ ରାଜରାସ୍ତାରେ ଓଡ଼ିଶାର ସମସ୍ତ ପ୍ରାଥମିକ ଶିକ୍ଷକ ।  

 

    ବିଭିନ୍ନ ଦାବିରେ ଆଜି ବିଧାନସଭା ସମ୍ମୁଖରେ ମହାସମାବେଶ କରିଛି ପ୍ରାଥମିକ ଶିକ୍ଷକ ମହାସଂଘ । ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍‌ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ବଢାଇବା । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ନୋସନାଲ୍‌ ଇନ୍‌କ୍ରିମେଣ୍ଟ୍‌ ପ୍ରଦାନ କରିବା । ଦାବିରେ ହଜାର ହଜାର ପ୍ରାଥମିକ ଶିକ୍ଷକ ମହାତ୍ମା ଗାନ୍ଧୀ ମାର୍ଗରେ ଆନ୍ଦୋଳନ  କରିଛନ୍ତି । ରାଜ୍ୟରେ କାର୍ଯ୍ୟରତ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି । ଏହା ଦ୍ୱାରା ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ ପଢ଼ାରେ ବାଧା ପ୍ରାପ୍ତ ହେଇଛି ।