ଓଡିଶାରେ ଏପ୍ରିଲ ୧୬ରୁ ଜନଗଣନା
ଭୁବନେଶ୍ୱର : ଓଡିଶାରେ ଏପ୍ରିଲ ୧୬ରୁ ପ୍ରଥମ ପ୍ରର୍ଯ୍ୟାୟ ଜନଗଣନା କରାଯିବ । ଏପ୍ରିଲ ୧୬ରୁ ଆରମ୍ଭ କରି ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ପ୍ରଥମ ପ୍ରର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଘର ଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ । ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ୨୦୨୭ ମସିହା ଫେବ୍ରୁଆରି ମାସରେ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Samir Kumar Rout