ଦିଲ୍ଲୀ ଏମ୍ସରେ ପୀଡିତାଙ୍କୁ ଭେଟିଲେ ସୁନୀତି ମୁଣ୍ଡ
ଭବାନୀପାଟଣା : ପୁରୀ ଜିଲ୍ଲା ବଳଙ୍ଗା ଠାରେ ଷୋହଳ ବର୍ଷର ଛାତ୍ରୀଙ୍କୁ ସୁନୀତି ମୁଣ୍ଡ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଭେଟିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଓ ଅଭାବନୀୟ ଘଟଣା ପ୍ରତି ସୁନୀତି ଦୁଃଖ ପ୍ରକାଶ କରିବା ସହିତ ଅତ୍ୟନ୍ତ ମର୍ମାହତ ଥିବା ବ୍ୟକ୍ତ କରିଛନ୍ତି । ପୀଡିତାଙ୍କ ଶରୀର ଉପରି ଭାଗରେ ବିଶେଷ କ୍ଷତି ନାହିଁ କିନ୍ତୁ ପେଟ ଠାରୁ ତଳକୁ ପାଦ ପର୍ଯ୍ୟନ୍ତ କ୍ଷତି ଗ୍ରସ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି । ସୁନୀତି ପୀଡିତାଙ୍କ ବାପାଙ୍କ ସହିତ କଥା ହୋଇ ଝିଅଟିର ଚିକିତ୍ସା ସମ୍ପର୍କରେ ବୁଝାସୁଝା କରିଥିଲେ । ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୁଅନ୍ତୁ, ଏହା ମହାପ୍ରଭୁଙ୍କ ଠାରେ ସେ ପ୍ରାର୍ଥନା କରିଛନ୍ତି । ତେବେ ଦୁର୍ବୃତ୍ତମାନଙ୍କୁ ସରକାର ଶୀଘ୍ର ଠାବ କରି ଉପଯୁକ୍ତ ଦଣ୍ଡ ତୁରନ୍ତ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।