ମୁମ୍ବାଇ କାହାର : ମରାଠି ଅସ୍ମିତା ନା ଅସ୍ତିତ୍ୱର

ମହାମେଘବାହନ  ଐର ଖାରବେଳ ସ୍ୱାଇଁ : ନିକଟ ଅତୀତରେ ମୁମ୍ବାଇର ମହାନଗର ନିର୍ବାଚନ ଶେଷ ହୋଇଯାଇଛି ଏବଂ ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ ତା’ର ସହଯୋଗୀ ଏକନାଥ ସିନ୍ଧେଙ୍କ ଶିବସେନା ବିପୁଳ ସଂଖ୍ୟାଗରିଷ୍ଠତା ପାଇଛନ୍ତି ଏବଂ ମୁମ୍ବାଇରେ ମରାଠି ଅସ୍ମିତା ଓ ମରାଠି ଅସ୍ତିତ୍ୱ ଭିତରେ ଲଢେ଼ଇ ଚାଲିଥିଲା । ବିଜେପିର ପ୍ରଥମ କୌଶଳ ହେଲା ହିନ୍ଦୁତ୍ୱକୁ ମରାଠି ଆଞ୍ଚଳିକତା ପାଖରୁ ଅଲଗା କରି ରଖିବା । ଭାରତର ଅନ୍ୟ ଅଞ୍ଚଳ ଅପେକ୍ଷା ଯେଉଁଠି ବିଜେପିର ହିନ୍ଦୁତ୍ୱ ଉପରେ ଅଧିକାର ରହିଛି, ବିଶେଷ କରି ମହାରାଷ୍ଟ୍ରରେ ଯେମିତି ରହିଛି ଏହା ହେଉଛି ଇତିହାସ ଦୃଷ୍ଟିରୁ ଶିବସେନାର କନିଷ୍ଠ ସହଯୋଗୀ ହିସାବରେ ସବୁବେଳେ ରହିଛି । ୨୦୧୪ରୁ ବିଜେପି ଦେଖିଛି ଯେ, ଏହି ସ୍ଥାନକୁ ରଖିବ, ଯେଉଁଠିକି ଉଦ୍ଧବ ଥାକରେଙ୍କ ଶିବସେନାର ବରିଷ୍ଠ ପ୍ରଭାବ ରହିଛି । ୨୦୧୪ରୁ ବିଜେପି ଏଠାରେ ଦେଖିଛି ଯେ, ଏହା ହେଉଛି ହିନ୍ଦୁତ୍ୱର ସବୁଠାରୁ ବଡ଼ ଶକ୍ତି । ମରାଠି ସ୍ୱାର୍ଥଗୁଡ଼ିକ ଏଠି ଦେଖାଯାଇଛି । ଶିବସେନାର ଏହି ଘଟଣାକୁ ଦେଖିଲା ବେଳେ ଓ ଉଦ୍ଧବ ଥାକରେଙ୍କର କଥାକୁ ଲକ୍ଷ୍ୟ କଲା ବେଳେ କଂଗ୍ରେସର ଓ ଏନ୍‌ସିପିର ତଥା ଏହାର ସମର୍ଥକମାନଙ୍କର ମୁସଲିମ ଭୋଟରମାନଙ୍କ ପାଖରୁ ବିଜେପି ଆଶା କରୁଛି ଯେ, ଉଦ୍ଧବ ଥାକରେଙ୍କର ସେନାକୁ ଅଲଗା କରି ରଖିଛି । 

  ଉଦ୍ଧବ ଥାକରେ ଯାହା ହେଉ ତାଙ୍କର ଗୋଷବାପା ପ୍ରବୋଧ କରଙ୍କର ଭବିଷ୍ୟତର ବଂଶଧର, ତାହା ବହୁଜନର ଚେର ଥିବା ହିନ୍ଦୁତ୍ୱ ଉପରେ ଭାରତୀୟ ଜନତା ପାର୍ଟିର ସମର୍ଥନ ରହିଥିବା ଚାରିଆଡେ଼ ଦେଖାଯାଇଛି । ଏହି ହିନ୍ଦୁତ୍ୱ ହେଉଛି ବ୍ରାହ୍ମଣଙ୍କର ପରମ୍ପରା ଅନୁସାରେ । ତା’ ସହିତ ଶିବସେନା ମେଣ୍ଟ ସବୁଠାରୁ ଅସନ୍ତୁଷ୍ଟ ରହୁଛି ବିଜେପିକୁ ମୁକାବିଲା କରିବାରେ । ବିଜେପିର ହିନ୍ଦୁତ୍ୱ ସମ୍ପର୍କରେ ଆଚରଣକୁ ତାହା ଅଲଗା କରି ଦେଖୁଛି । ତାହା ବିଜେପିର ହିନ୍ଦୁତ୍ୱକୁ ଅଲଗା କରି ଦେଖୁଛି ଯାହାକୁ ଦ୍ୱିତୀୟ ଷ୍ଟାଣ୍ଡାର୍ଡ ବୋଲି ଚାରିଆଡେ଼ କୁହାଯାଉଛି ଏବଂ ଏହାକୁ ନିଜର ମୁମ୍ବାଇ ବୋଲି କହୁଛି । ନିଜର ମୁମ୍ବାଇ ବୋଲି କହିବାର ଅର୍ଥ ହେଉଛି ଏହାକୁ ନିଜର ବୋଲି ଚାରିଆଡେ଼ ପ୍ରଚାର କରିବା । ଏହା ସ୍ଥାନୀୟ ସ୍ତରର ଲୋକମାନଙ୍କ ଦ୍ୱାରା ଗୋଟିଏ ମେଣ୍ଟ ଗଢ଼ିଛି ଏବଂ ମେଣ୍ଟ ଗଢ଼ିଛି ଏଆଇଏମ୍‌ଆଇଏମ୍‌ ଦଳ ସହ ଅର୍ଥାତ୍‌ ଓଆଇସିଙ୍କ ଦଳ ସହିତ । ଏହି କଥାଗୁଡ଼ିକୁ ଏକଜୁଟ କରିବା ପାଇଁ ବିଜେପିର ଗୋଟିଏ ଭୋଟ ଜିହାଦ କରିବାକୁ ଚାହେଁ । ଉଦ୍ଧବ ଥାକରେଙ୍କର ସେନା ଏବଂ ଏମ୍‌ଏନ୍‌ଏସ୍‌ ମିଶି ବିଜେପିର ନୈତିକ ଉଚ୍ଚ ସ୍ତରକୁ ହିନ୍ଦୁତ୍ୱ ଦୃଷ୍ଟିରୁ ଭାଙ୍ଗି ଦେଇଛନ୍ତି । ଦୁଇ ପ୍ରକାର ଆଦର୍ଶ ବହୁତ ଦୃଷ୍ଟିକୋଣରୁ ନିର୍ବାଚନ ପୂର୍ବରୁ ଏ ଘଟଣା ଦେଖିଲା । ବିଜେପି ଏ ସମ୍ପର୍କରେ ଚେଷ୍ଟା କଲା ନିର୍ବାଚକମାନଙ୍କୁ ସତର୍କ କରି ଯେ, ଉଦ୍ଧବ ଥାକରେଙ୍କର ଏବଂ ଏମ୍‌ଏନ୍‌ଏସ୍‌ ଦଳର ବିଜୟ ଖାନ୍‌ ଏକ ମୁସଲିମ ମେୟର ହିସାବରେ ନିଯୁକ୍ତି କରାଇବ ଅର୍ଥାତ୍‌ ପ୍ରଚାର କରାଯାଉଥିଲା ଯେ, ଉଦ୍ଧବ ଥାକରେଙ୍କ ଦଳ ଜଣେ ମୁସଲମାନଙ୍କୁ ମେୟର କରାଇବ । କାରଣ ଉଦ୍ଧବ ଥାକରେ ଏବଂ ଏମ୍‌ଏନ୍‌ଏସ୍‌ ମିଶି ସେଠାରେ ହିନ୍ଦୁମାନଙ୍କ ସପକ୍ଷରେ କାମ କରୁଥିଲେ ।

   ଏହା ଦେଖାଗଲା ଯେ, ଉଦ୍ଧବ ଥାକରେଙ୍କର ସେନା ଏବଂ ରାଜ ଥାକରେଙ୍କର ଏମ୍‌ଏନ୍‌ଏସ୍‌ ଗୋଟିଏ ହିନ୍ଦୁ ମେୟର କଥା କହୁଛନ୍ତି । କିନ୍ତୁ ଥାକରେ ଅନେକ ସମୟରେ ସାମ୍ପ୍ରଦାୟିକ ଉଦାହରଣ ଦେଲେ ଏବଂ ଗୋଟିଏ କଥା କହିଲେ ଯେ, ଏହା ମୁସଲମାନକୁ ସେଠାରେ ମେୟର କରାଇବେ । ତେଣୁ ବିଜେପି ବାଧ୍ୟ ହେଲା ପଛକୁ ଫେରିଯିବାକୁ ଏବଂ ମରାଠି କଥାକୁ ବଡ଼ ଧରଣର ଉଦାହରଣ ହିସାବରେ ରଖିବାକୁ । ଏହି ଘଟଣା ଉଦାହରଣ ଦେଲା ଯେ, ଗୋଟିଏ ନିୟମିତ ବାସ୍ତବତା ବିଜେପି ଗ୍ରହଣ କରିଛି ଏବଂ ମୁମ୍ବାଇରେ ରହୁଛି ଗୋଟିଏ ଆଶ୍ୱସ୍ତିଜନକ ମରାଠିମାନଙ୍କ ସହିତ ସମ୍ପର୍କ । ତଥାପି ଏହା ହିନ୍ଦୁମାନଙ୍କର ଏକଜୁଟ କରାଇବା ସମ୍ଭବ ହେଲାନାହିଁ । ଉଦ୍ଧବ ଥାକରେଙ୍କ ସେନା ଓ ଏମ୍‌ଏନ୍‌ଏସ୍‌ ନିର୍ବାଚନକୁ ଗୋଟିଏ ଯୁଦ୍ଧ ଅନୁସାରେ କାମ କଲେ ବମ୍ବେ ନଗରୀ ଭିତରେ ଏବଂ ଏହାକୁ ମରାଠା ପରିଚୟ ହିସାବରେ ପ୍ରଚାର କଲେ । ଏହାଛଡ଼ା ବାହାର ନିୟନ୍ତ୍ରଣ ସମ୍ପର୍କରେ କାମ କରିବାକୁ ଲାଗିଲେ । ଏହା ହେଉଛି ଗୋଟିଏ ବଡ଼ ଧରଣର ମରାଠି ଅସ୍ମିତା । କିନ୍ତୁ ଏ ସମ୍ପର୍କରେ ମରାଠି ଅସ୍ମିତା ଯାହାକି ଏ ପର୍ଯ୍ୟନ୍ତ ନଷ୍ଟ ହୋଇଯାଇଛି କାରଣ ବାହାରି ଲୋକମାନଙ୍କର ଉଦ୍ଦେଶ୍ୟ ଯୋଗୁଁ । କାରଣ ବାହାର ଲୋକମାନେ ସହରକୁ ଏକ ପ୍ରକାର ଅଧିକାର କରିନେଇଛନ୍ତି । ବହୁତ ଦିନ ପାଇଁ ଉଦ୍ଧବ ଥାକରେଙ୍କର ସେନା ଏବଂ ଏମ୍‌ଏନ୍‌ଏସ୍‌ ଦେଖାଇଥିଲେ ଯେ, ଅହମ୍ମଦାବାଦ ମୁମ୍ବାଇ ବୁଲେଟ ଟ୍ରେନ୍‌ ମରାଠି ମାନୁଷମାନଙ୍କର କିଛି ଲାଭ କରିପାରିବ ନାହିଁ । ବର୍ତ୍ତମାନ ସେହି ପ୍ରକଳ୍ପ ବର୍ଣ୍ଣନା କରୁଛି ଯେ, ସେଥିରେ ଗୋଟିଏ ଷଡ଼ଯନ୍ତ୍ର ହୋଇଛି ଯାହାକୁ ମୁମ୍ବାଇକୁ ଏକଜୁଟ କରାଯାଇଛି ଗୁଜରାଟ ସାଙ୍ଗରେ ଏହାକୁ ଏକଜୁଟ କରାଯାଇଛି, କାରଣ ଏହା ଗୁଜରାଟୀମାନଙ୍କର ସ୍ୱାର୍ଥକୁ ଦେଖିବ ।

   ସେଥିପାଇଁ ଏ ସମ୍ପର୍କରେ ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ ଘଟିଥିଲା ଯେଉଁଥିରେ ଶ୍ରମିକମାନେ ଏବଂ ନାଗରିକମାନେ କେନ୍ଦ୍ରିୟ ସରକାରଙ୍କ ବିରୁଦ୍ଧରେ ଏକଜୁଟ ହୋଇଥିଲେ । ଗୁଜରାଟୀ ପୁଞ୍ଜିପତି ଓ ବ୍ୟବସାୟୀମାନେ ଓ ବିଶେଷ କରି ରାଜନୈତିକ ନେତାମାନେ ଏଠାରେ ମରାଠିମାନଙ୍କର ରାଜଧାନୀକୁ ରଖିବାକୁ ଚେଷ୍ଟା କରିଥିଲେ । ମୁମ୍ବାଇର ଏୟାରପୋର୍ଟକୁ ଏମାନଙ୍କୁ ଦେଇଦେବା ଏବଂ ଧାରାଭିର ବିକାଶ କରାଇବା ପାଇଁ ଅଡାନୀ ଗ୍ରୁପ୍‌କୁ ଦାୟିତ୍ୱ ଦେଇଦେବା ମଧ୍ୟ ଏହି ରାଜନୈତିକ ଘଟଣାର କାହାଣୀ ଅଟେ । ରାଜ ଥାକରେ ବିଶେଷ କରି କହିଥିଲେ ଯେ, ଏହି ନିର୍ବାଚନ ଶେଷ ଅବସ୍ଥା ହେବ ସହରକୁ ଲୁଟ୍‌ କରିବାରୁ ରକ୍ଷା କରିବା ପାଇଁ । ଅର୍ଥାତ୍‌ ପ୍ରଚାର ହୋଇଥିଲା ଯେ, ସରକାରମାନେ ଏହି ଲୁଟ୍‌କୁ ରକ୍ଷା କରିପାରିବେ ନାହିଁ । ଉଦ୍ଧବ ଥାକରେଙ୍କର ସେନା ଓ ଏମ୍‌ଏନ୍‌ଏସ୍‌ ଗୋଟିଏ ଘଟଣାକୁ ବର୍ଣ୍ଣନା କରିଛନ୍ତି ଯେ, ଏହା ଗୋଟିଏ ମରାଠି ମାନୁଷମାନଙ୍କ ପାଇଁ ଚ୍ୟାଲେଞ୍ଜ ଏବଂ ଏହା ହେଉଛି ବାସ୍ତବ । ସେଠି ଯଦି ମରାଠି ଅସ୍ମିତା ରହେ, ତା’ହେଲେ ସେଠାରେ ମରାଠି ଅସ୍ତିତ୍ୱ ରହିବନାହିଁ । ବିଜେପି ଚେଷ୍ଟା କଲା ମରାଠି ଅସ୍ତିତ୍ୱ ସମ୍ପର୍କରେ କାର୍ଯ୍ୟ କରିବା ପାଇଁ । ବିଭିନ୍ନ ସହମତି ଉଦ୍ଧବ ଥାକରେଙ୍କର ଦଳକୁ ବୃହତ ମୁମ୍ବାଇ କର୍ପୋରେସନରେ ଦେବା ପାଇଁ । କିନ୍ତୁ ଏହା ସମ୍ଭବତଃ ଦେଖାଦେଲା ଉଭୟ ଦଳ ମଧ୍ୟରେ ଏକଜୁଟତା ଦେଖାଇବା ପାଇଁ ଯେ, ବିଜେପି ମଧ୍ୟ ମିଶିକରି କ୍ଷମତା ନେବାକୁ ଚାହୁଁଛି ଏବଂ ଏହି କ୍ଷମତା ଦଶନ୍ଧି ଦଶନ୍ଧି ଧରି ନେବାକୁ ଚାହୁଁଛି ।

  ଅନ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଦୁର୍ନୀତି ଏମାନଙ୍କ ବିରୁଦ୍ଧରେ ଅତୀତରେ ଆରୋପିତ ହୋଇଥିଲା ବେଳେ ବିଜେପି ମ୍ୟୁନିସିପାଲ ପ୍ରଶାସନକୁ ୨୦୨୨ରୁ ସାଥିରେ ରଖିଛି ଏବଂ ଏଥିପାଇଁ ମଧ୍ୟ ସମର୍ଥନ ପାଇଛି । କାରଣ ସେମାନେ ଏହି ସମୟରେ ଗୋଟିଏ କଥାକୁ ନିର୍ଦ୍ଦିଷ୍ଟ ଭାବରେ ଆଇନ କରିଥିଲେ ଗଣତାନ୍ତ୍ରିକ ଚିନ୍ତା କରିବା ଠାରୁ ଅଲଗା କରି । ଅନ୍ୟ ପକ୍ଷରେ କଂଗ୍ରେସ ଏବଂ ବଞ୍ôଚତ ବହୁଜନ ଅଗାଡ଼ି (ଭିବିଏ) ସେମାନଙ୍କର ଆକ୍ରମଣର ଅଲଗା ପ୍ରକାର ରାସ୍ତା ଦେଖିଥିଲେ । ସେମାନେ ବିଜେପିକୁ ଅଭିଯୋଗ କରିଥିଲେ ଯେ, ବିଜେପି ଏହି ନିର୍ବାଚନକୁ ବିଳମ୍ବିତ କରୁଛି । ଯେତେବେଳେ କଂଗ୍ରେସ ଏବଂ ଭିବିଏ ନିଜ ନିଜ ବିରୁଦ୍ଧରେ ମହାୟୁତିରେ ଲଢୁଛନ୍ତି ଓ ଶିବଶକ୍ତି ମଧ୍ୟ ଲଢୁଛି, ଏହି ପ୍ରଚାର ମରାଠି ଅସ୍ତିତ୍ୱ ସମ୍ପର୍କରେ ପ୍ରସଙ୍ଗ ଉଠାଇଥିଲା । ଉଦାହରଣ ସ୍ୱରୂପ ବଞ୍ଚତ ବହୁଜନ ଅଗାଡ଼ି କହିଥିଲା କଣ୍ଟ୍ରାକ୍ଟର ରାଜକୁ ଶେଷ କରିବା ପାଇଁ ଏବଂ ଲୋକମାନଙ୍କୁ ସ୍ଥାୟୀ ଭାବରେ କାମ ଦେବାକୁ ଏବଂ ଏହା ମଧ୍ୟ କହିଥିଲା ଯେ, ମରାଠି ମାନୁଷମାନେ ସଫଳ ହେଉଛନ୍ତି ଏଠିକାର ଅର୍ଥନୀତିକୁ ସଫଳ କରିବାରେ। 

   ଶିବଶକ୍ତି ମେଣ୍ଟ ନିର୍ଭର କରୁଛି ଅବିଭକ୍ତ ଶିବସେନା ଯାହାର ନେତା ବାଲାସାହେବ ଥାକରେ ଥିଲେ, ଯିଏକି ମୁମ୍ବାଇର ଚରିତ୍ରକୁ ଦେଖାଇଥିଲେ ଯାହା ଥିଲା ଏକ ରାଜନୀତି ଯାହାକୁକି ମରାଠି ଅସ୍ମିତାକୁ ଦେଖାଇବା ପାଇଁ ସେ ଲଢୁଥିଲେ । ମରାଠି ଅସ୍ମିତା ଥିଲା ତାଙ୍କର ଲଢ଼ିବାର ମୂଳ କାରଣ । ସେଇଥିପାଇଁ ଅନେକ ଲୋକ ଯେଉଁମାନେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିଥିଲେ, ଯାହାକି ଦେଶ ଓ ରାଷ୍ଟ୍ରର ନିର୍ବାଚନ ସମ୍ପର୍କରେ ଇତିହାସକାରମାନଙ୍କର ସହାନୁଭୂତି ନେଉଥିଲା । ତାହା ଥିଲା ଅବିଭକ୍ତ ସେନା ଉଦ୍ଧବ ଏବଂ ରାଜଙ୍କର ସଫଳତାର ସହ ସେହି କଥାକୁ ପ୍ରଦର୍ଶିତ କରିବା । ସେମାନେ ଏଇଥିପାଇଁ ଏକଜୁଟ ହୋଇଛନ୍ତି ମରାଠି କାରଣ ପାଇଁ ଦେଖିବାକୁ ଏବଂ ମରାଠି ଅସ୍ମିତା ସମ୍ପର୍କରେ ବର୍ଣ୍ଣନା କରିବାକୁ । ମରାଠି ମିଡିଆର ସଫଳତାର ସହିତ ଥାକରେ ଭାଇମାନେ ସଫଳତାର ସହିତ ଗୋଟିଏ ମନୋଭାବକୁ ପ୍ରଦର୍ଶିତ କରିଥିଲେ ଯେ, ମୁମ୍ବାଇକରମାନେ ସହରର ସୁରକ୍ଷା ପାଇଁ ଏହି କାର୍ଯ୍ୟ କରିବା ଦରକାର, ଯାହାକି ବାହାରର ଆକ୍ରମଣରୁ ସେମାନଙ୍କୁ ରଖିପାରିବ । ବିଜେପି ଇତିମଧ୍ୟରେ ଦାବି କରୁଛି ଯେ, ଅଣମୁସଲମାନ ବା ଅଣମୁସଲମାନ ଭୋଟର ଓ ମରାଠି ଭୋଟରମାନଙ୍କୁ ମିଶାଇ ଅଣମରାଠି ଭୋଟରମାନଙ୍କୁ ଅଲଗା କରିଦେବା ଏବଂ ସେଥିପାଇଁ ହିନ୍ଦୁତ୍ୱ ଆଡ଼କୁ ଢଳୁଥିବା ମରାଠି ବକ୍ତାମାନଙ୍କୁ ଭାଷଣ ଦେବା ପାଇଁ ସେ କହୁଥିଲେ । ଯାହା ହେଉ କଂଗ୍ରେସର ଉପସ୍ଥିତି ଏବଂ ବହୁଜନ ବିକାଶ ଅଗାଡ଼ିର ଉପସ୍ଥିତି ତଥା ଏଆଇଏମ୍‌ଆଇଏମ୍‌ର ଉପସ୍ଥିତି ଏବଂ ଅନେକଗୁଡ଼ିଏ ବିଦ୍ରୋହୀ ଏହି ଲଢେ଼ଇରେ ସମ୍ପୃକ୍ତ ହେଲେ, ଯେଉଁମାନେ କେତେକ ନିର୍ଦ୍ଦିଷ୍ଟ ଜାଗାରେ ଜୋର୍‌ଦାର୍‌ ଲଢେ଼ଇ ଦେଇଥିଲେ ।

  ଅନେକ ଜାଗାରେ ଅନେକ ୱାର୍ଡମାନଙ୍କରେ ବା ବହୁକୋଣୀୟ ମୁକାବିଲାରେ ଏମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଦେଖାଯାଉଛି ଏହି ନିର୍ବାଚନ ହେଉଛି ଗୋଟିଏ ଗଣଭୋଟ । ଏ ସମ୍ପର୍କରେ ଏ ନଗରୀ ଉପରେ କାହାର ଅଧିକାର ଅଛି, ଯେତେବେଳେ ସବୁ ରାଜନୈତିକ ଦଳମାନେ କଥା ଦେଉଛନ୍ତି ଯେ, ଗୋଟିଏ ବଡ଼ ସହର ଏମାନଙ୍କର ରକ୍ଷା ପାଇଁ ଆବଶ୍ୟକ ସେତେବେଳେ ମରାଠି ମାନୁଷର ସ୍ୱାର୍ଥ ଦେଖିବା ବଡ଼ କଥା ହେଉଛି । ଏହି କଥା ସବୁଠାରୁ ବଡ଼ ପ୍ରାଧାନ୍ୟ ପାଇଥିଲା ବେଳେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବୃହତ ମୁମ୍ବାଇ କର୍ପୋରେସନର ଫଳ କେବଳ ଏହା ସିଦ୍ଧାନ୍ତ କରିବ ନାହିଁ ଯେ, ଏହି ସହରକୁ କିଏ ଶାସନ କରିବ । କିନ୍ତୁ ମରାଠି ଚେତନା ଏହି ସହରରେ ରହୁଛି କି ନାହିଁ । ମୁଖ୍ୟତଃ ଦେଖିବାକୁ ଗଲେ ବର୍ତ୍ତମାନ ଯେଉଁ ଲଢେ଼ଇ ଏଠାରେ ହେଉଛି, ତାହା ହେଉଛି ମରାଠି ଲୋକମାନଙ୍କ ହାତରେ ଏହି ସହର ରହିବ କି ନା ବାହାର ଲୋକମାନଙ୍କ ହାତରେ ଏହି ସହର ରହିବ ।


e-mail:kharabelaswain@gmail.com   
ମୋବାଇଲ୍‌ -୯୪୩୭୦୨୦୨୯୦