ଓଲଟିଲା ଡଷ୍ଟ ବୋଝେଇ ହାଇୱା

ନାଉଗାଁ : ନାଉଗାଁ-ବାଲିକୁଦା ରାସ୍ତା ପାଳପୋଖରୀ ନିକଟରେ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି ଡଷ୍ଟ ବୋଝେଇ ହାଇୱା । ଦୁର୍ଘଟରାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ସୂଚନା ମୁତାବକ ଆଜି ଭୋର ସମୟରେ ଏକ ଡଷ୍ଟ ବୋଝେଇ ହାଇୱା ନାଉଗାଁ ବ୍ଳକଛକରୁ ବାଲିକୁଦା ରାସ୍ତା ଦେଇ ଯାଉଥିବା ସମୟରେ ଗାଡିଟି ପାଳପୋଖରୀ ନିକଟରେ ଗାଡିଟି ରାସ୍ତାପାର୍ଶ୍ୱକୁ ଖସିପଡିଥିଲା । ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୀର୍ଘ ଦିନ ହେବ ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତାର ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ହେବା ଫଳରେ ଏବେ ଏପରି ଛୋଟ ବଡ଼ ଦୁର୍ଘଟଣା ମାନ ପ୍ରତେକ ଦିନ ଦେଖବାକୁ ମିଳିଛି ।