ଓସିଏ କନଫରେନ୍ସ ହଲରେ ଅଗ୍ନିକାଣ୍ଡ
କଟକ : ଓଡ଼ିଶା କି୍ରକେଟ ଆସୋସିଏସନ ପରିସରରେ ଅଗ୍ନିକାଣ୍ଡ । ଓସିଏ କନଫରେନ୍ସ ହଲ୍ରେ ଶନିବାର ନିଆଁ ଲାଗି ବହୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ସଂଗେ ସଂଗେ ଦମକଳବାହିନୀ ପହଞ୍ଚô ନିଅାଁକୁ ଆୟତ୍ତ କରିଥିଲା । ଶନିବାର ଅପରାହ୍ନ ପ୍ରାୟ ୨.୧୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ କନ୍ଫରେନ୍ସ ହଲ ପରିସରରୁ ଧୂଆଁ ବାହାରୁଥିବା ଦେଖି ଓସିଏ କର୍ମକର୍ତ୍ତାମାନେ ଦମକଳ ବାହିନୀକୁ ଜଣାଇଥିଲେ । ନିଅାଁ ଲିଭିବା ପରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।