ବିଶ୍ୱ କାଗଜ ଦିବସରେ ବେଳାଭୂମି ସଫେଇ

 ପୁରୀ  : ବିଶ୍ୱ କାଗଜ ଦିବସ ଅବସରରେ ପୁନିତ ସାଗର ଅଭିଯାନର ଅଂଶବିଶେଷ ସ୍ୱରୂପ ପୁରୀ ଚକ୍ରତୀର୍ଥ ରୋଡ୍ ବେଳାଭୂମିରେ ସଫେଇ କରାଯାଇଛି । କମାଣ୍ଡିଂ ଅଫିସର କର୍ଣ୍ଣେଲ ସୁଦୀପ୍ ସିହ୍ନା ଏବଂ ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜେବି ସିଂଙ୍କ ତତ୍ତ୍ୱାବଧାନରେ ପୁରୀ ସ୍ଥିତ ଷଷ୍ଠ ଓଡ଼ିଶା ବାଟାଲିୟାନ୍ ଏନ୍ସିସି ପକ୍ଷରୁ ବେଳାଭୂମି ସଫେଇ କରାଯାଇଛି । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଆସୋସିଏଟ ଏନ୍ସିସି ଅଫିସର କ୍ୟାପ୍ଟେନ୍ ସଚିଦାନନ୍ଦ ସାହୁ, ସୁରଜମଲ୍ଲ ଶାହା ମହାବିଦ୍ୟାଳୟ କେୟାର ଟେକିଂ ଅଫିସର ହ୍ରିତେଶ ମହାନ୍ତି ଏବଂ ବାଟାଲିୟନ୍ର ପିଆଇ କର୍ମଚାରୀ । ସହରର ବିଭିନ୍ନ ମହାବିଦ୍ୟାଳୟରୁ ୧୭୦ଜଣ କ୍ୟାଡେଟ୍ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କ୍ୟାଡେଟ୍ମାନେ କାଗଜ ବ୍ୟାଗ୍କୁ ବ୍ୟବହାର କରିବା ଏବଂ ପ୍ଲାଷ୍ଟିକ୍ ବ୍ୟାଗ୍ରୁ ଦୂରେଇ ରହିବା ପାଇଁ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ଜନସଚେତନତା ସୃଷ୍ଟି କରିଥିଲେ ।