ଓସିଏଲ ନିଦେ୍ର୍ଦଶକ ମଣ୍ଡଳୀ ପରିଷଦ ବୈଠକ
ଭୁବନେଶ୍ୱର : ଓଡିଶା ନିର୍ମାଣ ନିଗମ (ଓସିସିଏଲ)ର ୨୯୦ତମ ନିଦେ୍ର୍ଦଶକ ମଣ୍ଡଳୀ ପରିଷଦ ବୈଠକ ଆଜି ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସିସିଏଲ୍ର ଅଧ୍ୟକ୍ଷା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ୟୁନିଟ୍ ୮ ସ୍ଥିତ ଓସିସିଏଲ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଓସିସିଏଲ୍ ତରଫରୁ ପ୍ରସ୍ତାବିତ କାର୍ଯ୍ୟ ନିମନ୍ତେ ବଜେଟ୍ ଅନୁମୋଦନ କରାଯାଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ମୁତାବକ ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଓସିସିଏଲ୍ର ଅଧ୍ୟକ୍ଷା ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ଶେଷ କରିବା ପାଇଁ ଯେଉଁ ସବୁ ଆହ୍ୱାନ ରହିବ ତାହାକୁ ଦୃଷ୍ଟିରେ ରଖି ଓସିସିଏଲ୍ର କାର୍ଯ୍ୟଧାରାକୁ ଅଧିକ ସୁଦୃଢୀକରଣ କରିବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ ।