ରାଜନୈତିକ ଦଳ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଲୋଚନା
ଭୁବନେଶ୍ୱର : ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥଗୋପାଳନ ରାଜନୈତିକ ଦଳମାନଙ୍କ ସହିତ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ବୈଠକରେ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ଦଳର ଶିବାନନ୍ଦ ରାୟ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି ଦଳର ଦୁଷ୍ମନ୍ତ କୁମାର ଦେବ, ବହୁଜନ ସମାଜ ପାର୍ଟିର ମଧୁସୂଦନ ଯାଦବ, ଆମ ଆଦମୀ ପାର୍ଟିର ସୁଦୀପ୍ତ କୁମାର ଦାସ ଉପସ୍ଥିତ ରହି ବହୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଏହା ସହ ସମସ୍ତ ରାଜନୈତିକ ଦଳକୁ ଜିଲ୍ଲା ସ୍ତରରେ ସେମାନଙ୍କର ପ୍ରତିନିଧିମାନଙ୍କର ଅଦ୍ୟତନ ଯୋଗାଯୋଗ ବିବରଣୀ ପ୍ରଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥଗୋପାଳନ ଅନୁରୋଧ କରିଥିଲେ ।