ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର

 କଣାସ: ନୂଆ ଜଗନ୍ନାଥ ସଡକର ଅଣ୍ଡାଳସିଂହ ନିକଟରେ ଡ୍ରମ୍ପର ଓ ମୋଟର ସାଇକେଲ ମଧ୍ୟରେ ଧକ୍କା ହେବାରୁ ମଟର ସାଇକେଲରେ ପୁରୀ ଯାଉଥିବା  କଣାସ କୋର୍ଟର ପୁଲିସ ସନ୍ତୋଷ କୁମାର ମିଶ୍ର ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ଶ୍ରୀ ମିଶ୍ରଙ୍କର ଆସନ୍ତା କାଲି ପୁରୀରେ ହେଉଥିବା ସ୍ନାନ ପୂର୍ଣ୍ଣୀମାରେ ଡିଉଟି କରିବା ପାଇଁ ନିଜ ମଟର ସାକେଲରେ କଣାସରୁ ବାହାରି ପୁରୀ ଅଭିମୁଖେ ଯାଉଥିବାବେଳେ ପୁରୀରୁ ନିରାକାରପୁର ଅଭିମୁଖେ ଆସୁଥିବା ଡ୍ରମ୍ପରଟି ମଟର ସାଇକେଲକୁ ଧକ୍କା ଦେଇଥିଲା । ଶ୍ରୀ ମିଶ୍ର ମଟର ସାଇକେଲରୁ ପଡି ଗୁରୁତର ଭାବେ ଆହତ ହୋଇଥିଲେ । କଣାସ ପୁଲିସ ଡ୍ରମ୍ପର ଓ ମଟର ସାଇକେଲଟିକୁ ଜବତ କରିଥିବା ଜଣାପଡିଛି ।