ଜଳସମ୍ପଦ ବିଭାଗ : ଡ୍ୟାମ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପ

ରାଜ୍ୟ କ୍ୟାବିନେଟ୍ ୧,୦୬୬.୩୮ କୋଟି ଟଙ୍କା ଆନୁମାନିକ ମୂଲ୍ୟରେ ଆଗାମୀ ଛଅ ବର୍ଷ ମଧ୍ୟରେ ଅର୍ଥାତ୍‍ ୨୦୨୫-୨୬ ରୁ ୨୦୩୦-୩୧ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ Dam Rehabilitation & Improvement Project-3 କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଅଧିନରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । 

ଏହି ପ୍ରକଳ୍ପ ଗୁଡ଼ିକ ହେଲା :

୧. ହୀରାକୁଦ ଡ୍ୟାମର ବାମ dyke ରେ ଅତିରିକ୍ତ ସିଲୱେ ନିର୍ମାଣ । ୨. ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଏବଂ ଉନ୍ନତିକରଣ ।

୩. ହୀରାକୁଦ ଡ୍ୟାମ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଫାଟକ ଗୁଡିକୁ ସ୍କାଡା ବା Supervisory Control and Data Acquisition ପ୍ରଣାଳୀରେ ସ୍ୱୟଂଚାଳିତ କରାଯିବ ।

ହୀରାକୁଦ ଡ୍ୟାମର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବରେ ନିଷ୍କାସିତ କରାଯାଇ ପାରିବ । ଏତଦ୍‍ବ୍ୟତୀତ ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଏବଂ ଉନ୍ନତିକରଣ ଦ୍ୱାରା ଡ୍ୟାମଟିକୁ ଦୀର୍ଘସ୍ଥାୟୀ କରାଯାଇ ପାରିବ । ଡ୍ୟାମର ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଗେଟ ଗୁଡିକୁ ସ୍ୱୟଂଚାଳିତ କରାଯିବା ଦ୍ୱାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ କରାଯାଇ ପାରିବ ।