ଜଳ ସମ୍ପଦ ବିଭାଗର ପ୍ରକଳ୍ପ କାର୍ଯ୍ୟ ଓ ଖର୍ଚ୍ଚ ସମୀକ୍ଷା

 ଭୁବନେଶ୍ୱର : ଜଳ ସମ୍ପଦ ବିଭାଗରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଓ ଖର୍ଚ୍ଚ ବିନିଯୋଗ କରିବା ସମ୍ପର୍କରେ ଆଜି ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରୁ ଉନ୍ନୟନ କମିଶନର ଏବଂ ବିଭିନ୍ନ ଜିଲ୍ଲାରୁ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିବା ବେଳେ ଜଳ ସମ୍ପଦ ବିଭାଗରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଜଳ ସମ୍ପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ଜଳ ଭଣ୍ଡାରରେ ଜଳ ସଂରକ୍ଷଣ, ଜଳ ଭଣ୍ଡାରର ରକ୍ଷଣାବେକ୍ଷଣ, ଜଳ ନିଷ୍କାସନ ବ୍ୟବସ୍ଥା ଆଦି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଶ୍ରୀମତୀ ଗର୍ଗ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଓ ପରାମର୍ଶ ଦେଇଥିଲେ ।