ଓଡ଼ିଶା ଆରମ୍ଭ କଲା ‘ଅଙ୍କୁର’


ଭୁବନେଶ୍ୱର: ଓଡ଼ିଶାରେ ସହର ବିକାଶର ଭବିଷ୍ୟତକୁ ପୁନଃ ପରିଭାଷିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆଜି ଅଙ୍କୁର - ଅଟଳ ନେଟୱାର୍କ ଫର ନଲେଜ୍, ସହରୀକରଣ ଏବଂ ସଂସ୍କାର ଆରମ୍ଭ କରିଛି । ଏହା ରାଜ୍ୟସାରା ଅନ୍ତର୍ଭୁକ୍ତ, ସ୍ଥାୟୀ ଏବଂ ଅଭିନବ ସହର ବିକାଶକୁ ଗଢି ତୋଳିବା ପାଇଁ ଏକ ରଣନୈତିକ ପଦକ୍ଷେପ । ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ଏବଂ ସହର ବିକାଶ ଇକୋସିଷ୍ଟମରେ କାର୍ଯ୍ୟ କରୁଥିବା ୬ଟି ପ୍ରମୁଖ ଅନୁଷ୍ଠାନ ଏବଂ ସଂଗଠନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । 
ଏ ଅବସରରେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଯେ ‘ଅଙ୍କୁର’ ଏକ ସାମୂହିକ ପ୍ରତିଶ୍ରୁତିକୁ ପ୍ରତିନିଧିତ୍ୱ କରେ । ଦକ୍ଷ, ସ୍ମାର୍ଟ ଏବଂ ସର୍ବୋପରି ନାଗରିକ-କୈନ୍ଦ୍ରିକ ସହର ନିର୍ମାଣ କରିବା, ଏହା  ବିକଶିତ ଓଡ଼ିଶା ଆଡ଼କୁ ଏକ ଆନେ୍ଦାଳନ । ଯାହା ସମ୍ପ୍ରଦାୟ, ଅନୁଷ୍ଠାନ ଏବଂ ସରକାରଙ୍କ ଦ୍ୱାରା ସହଭାଗୀ ।  ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ସ୍ୱାଗତ ଭାଷଣରେ ଆଜି ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଯେହେତୁ ୨୦୩୬ ସୁଦ୍ଧା ଓଡ଼ିଶାର ସହରାଞ୍ଚଳ ଜନସଂଖ୍ୟା ତିନିଗୁଣ ବୃଦ୍ଧି ପାଇବାର ଆକଳନ କରାଯାଇଛି, ଅଙ୍କୁରକୁ ସ୍ଥିର, ବାସଯୋଗ୍ୟ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରଗୁଡ଼ିକୁ ସହ-ସୃଷ୍ଟି କରିବା ପାଇଁ ଏକ ପରିବର୍ତ୍ତନକାରୀ ପ୍ଲାଟଫର୍ମ ଭାବରେ କଳ୍ପନା କରାଯାଇଛି ବୋଲି ମତପ୍ରକାଶ ପାଇଥିଲା । ବିଭାଗର ବରିଷ୍ଠ ଅଧିକାରୀ ଏବଂ ପ୍ରମୁଖ ଜାତୀୟ ଏବଂ ଆନ୍ତର୍ଜାତୀୟ ଅଂଶୀଦାରମାନେ  ଖାରବେଳ ଭବନ ୮ମ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏମଓୟୁ ସ୍ୱାକ୍ଷର ସମାରୋହରେ ଉପସ୍ଥିତ ଥିଲେ ।