ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ଜୋରଦାର  : ବିଏମଏସ ପକ୍ଷରୁ ମଣ୍ଡପ ନିର୍ମାଣର ଶୁଭାରମ୍ଭ


ାା ପ୍ରଭାନୁ୍ୟଜ୍ ।ା ପାରାଦୀପ :  ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆଗାମୀ ସେପ୍ଟେମ୍ବର ୧୭ ତାରିଖରୁ ଅନୁଷ୍ଠିତ ହେବାର ମାସକ ପୂର୍ବରୁ ସ୍ଥାନୀୟ ବିଭିନ୍ନ ସଂଗଠନ, ପ୍ରତିଷ୍ଠାନ, ସଂଘ ପକ୍ଷରୁ  ମଣ୍ଡପ, ତୋରଣ  ଓ  ପ୍ରଭୁ ବିଶ୍ୱକର୍ମାଙ୍କ ମୂର୍ତ୍ତି  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଲାଣି । ଜୟଦେବ ସଦନ ଛକ ଠାରୁ ପାରାଦୀପ ପୋର୍ଟ ରିକ୍ରିଏ ସନ କ୍ଲବ୍ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଏହି ମଣ୍ଡପ ଓ ତୋରଣମାନ ନିର୍ମାଣ କାର୍ଯ୍ୟ ଚାଲିଥିବା  ବେଳେ ରିକ୍ରେସନ କ୍ଲବ ପାର୍ଶ୍ୱ  ପଡିଆରେ ଭାରତୀୟ ମଜଦୁର ସଂଘ  (ବିଏମଏସ) ସଂଗଠନ ପକ୍ଷରୁ ସୋମବାର ପୂର୍ବାହ୍ନରେ ମଣ୍ଡପ ଓ ତୋରଣ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ  ପୂଜାର୍ଚ୍ଚନା  କାର୍ଯ୍ୟକ୍ରମରେ    ସଂଘର ସଭାପତି ରାକେଶ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାୟଙ୍କ ସମେତ ଟେଣ୍ଟ ମାଲିକ କୈଳାସ ମଲ୍ଲିକ ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପୂଜାକୁ ଅଧିକ ସରସ, ସୁନ୍ଦର୍, ଆକର୍ଷଣୀୟ କରାଯିବା ସହିତ୍ ନାମୀଦାମୀ ସାଂସ୍କୃତିକ ସଂଗଠନ ଓ  ସୁନାମ ଧନ୍ୟ କଳାକାରମାନଙ୍କ ଦ୍ୱାରା  ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯିବ  ବୋଲି  ସଂଘର ସଭାପତି  ରାକେଶ  କୁମାର ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ।