ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ,ଖୁବଶୀଘ୍ର ଆଦିବାସୀ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା ହେବ: କୁଳପତି
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ୧୬ତମ ପ୍ରତିଷ୍ଠା ଦିବସ ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦେଶ କୁମାର, ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପି ଭି କୃଷ୍ଣ ଭଟ୍ଟ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ପଶ୍ଚିମବଙ୍ଗର ପୂର୍ବତନ ଡିଜିପି ଆଇପିଏସ୍ (ଅବସରପ୍ରାପ୍ତ) ପ୍ରଫେସର ବିଏନ୍ ରମେଶ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାମନଯୋଡି ନାଲକୋର କାର୍ଯ୍ୟନିର୍ବାହୀ ର୍ନିେଶକ ଇଞ୍ଜିନିଅର ନିରଞ୍ଜନ ସାମଲ ମୁଖ୍ୟ ଅତିଥି, ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଆଇସି ପ୍ରଫେସର ନରସିଂହ ଚରଣ ପଣ୍ଡା ଓ କାର୍ଯ୍ୟକ୍ରମର ସଂଯୋଜକ ତଥା ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା ପ୍ରମୁଖ ଉପସ୍ଥିତ ଥିଲେ ।
କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସଭାପତିତ୍ୱ ଭାଷଣରେ ୧୫ ବର୍ଷ ଧରି ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧିରେ ସହଯୋଗ କରିଥିବାରୁ ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ ସ୍ଥାନୀୟ ସମ୍ପ୍ରଦାୟ ଓ ସମାଜର ସହାୟତା ଯୋଗୁଁ ବିଶ୍ୱବିଦ୍ୟାଳୟ ଆଗକୁ ବଢ଼ୁଛି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ଅନେକ କିଛି ହାସଲ କରିବ । ଏହି ଅବସରରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନରେ ଦୁଇଟି ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦେଇଥିବାରୁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ପ୍ରଫେସର ଏନ୍ସି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଏସ୍କେ ପାଲିତା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଭୂଦାନ କର୍ମୀ ଶ୍ରୀକୃଷ୍ଣ ସିଂହ, ବ୍ରିଗେଡିୟର ପ୍ରଦୁ୍ୟମ୍ନ ରଥ, ଏନ୍ଏଡିର ଜେନେରାଲ ମ୍ୟାନେଜର ମନମୋହନ ଗୋୟଲ, ସିୟୁଓର ଏକାଡେମିକ ଓ ପ୍ରଶାସନ ପରାମର୍ଶଦାତା ପ୍ରଫେସର ବିଭାଷ ଚନ୍ଦ୍ର ଝାଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧିକାରୀ, କର୍ମଚାରୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମଞ୍ଚ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସୌରଭ ଗୁପ୍ତା ଓ ଡ. ରବିତା ପାଠକ ସଂଯୋଜନା କରିଥିଲେ ।
ଏହି ଅବସରରେ କୁଳପତି ଓ ସମ୍ମାନିତ ଅତିଥିମାନେ ବିଶ୍ୱବିଦ୍ୟାଳୟର ସ୍ମାରକୀ "ସିୟୁଓ ଆଟ୍ ଆ ଗ୍ଲାନ୍ସ', ବିଶ୍ୱବିଦ୍ୟାଳୟର "ଉକôଳ ବାଣୀ'ର ବିଶ୍ୱବିଦ୍ୟାଳୟ "ସିୟୁଓ ବାର୍ତ୍ତା' ପୋଡକାଷ୍ଟ, ଓଡ଼ିଆ "ସବରୀ' ବିଭାଗର ପତ୍ରିକା ଓ "ପ୍ରୟୋଗ ଓ ସମ୍ଭାବନ' ପୁସ୍ତକ ଉନ୍ମୋଚନ କରିଥିଲେ । ବ୍ରିଗେଡିୟର ରଥ ଓ ଶ୍ରୀକୃଷ୍ଣ ସିଂହଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କୁଳପତି ସମ୍ବର୍ଦ୍ଧର୍ିତ କରିଥିଲେ । ଏହି ଅବସରରେ ସୁଧାକର ପଟ୍ଟନାୟକ, ମଦନ ମୋହନ ପାତ୍ର, ଡ. ଆଲୋକ ବରାଳ, ଡ. ରମେନ୍ଦ୍ର କୁମାର ପାଢ଼ୀ, ଡ. କପିଳା ଖୁମୁଣ୍ଡୁ, ଡ. କାକୋଲି ବାନାର୍ଜୀ, ମାନସ ଦାସ, ପ୍ରଦୀପ ସାମନ୍ତରାୟ, ରଘୁ ପରଜା, ପ୍ରଶାନ୍ତ କୁମାର ନାୟକ, ମହମ୍ମଦ ଖାନ୍ ଓ ଗୋବିନ୍ଦ ରାଓଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ ।