ଆଳୁ ପରେ କନ୍ଦାଇଲାଣି ପିଆଜ , କିଲୋ ଦର ୬୦ ପାର୍
ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ, : ଓଡ଼ିଆଙ୍କ ରୋଷେଇ ଘରର ମୁଖ୍ୟ ପରିବା ହେଉଛି ଆଳୁ ଓ ପିଆଜ । ଘରେ ରୋଷେଇ ପାଇଁ କିଛି ପରିବା ଥାଉ କି ନ ଥାଉ, ଯଦି ଆଳୁ ଓ ପିଆଜ ଅଛି ତାହେଲେ ସବୁକିଛି ଅଛି । ଗତ ମାସେ ହେଲା ଆଳୁ ଦରରେ ନିଆଁ ଲାଗିଥିଲା । ବର୍ତ୍ତମାନ ପରିସ୍ଥିତିରେ ଆଳୁ ପରେ କନ୍ଦାଇଲାଣି ପିଆଜ ଦର । ଖୁଚୁରା ବଜାରରେ ପିଆଜ କିଲୋଗ୍ରାମ ପିଛା ଦର ୬୦ ଙ୍କାରେ ପହଞ୍ଚିଲାଣି । ଗରିବଙ୍କ ପଖାଳ କଂସାରୁ ଏବେ ପିଆଜ ଉଭେଇ ଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ପଶ୍ଚିମବଙ୍ଗ ସହକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇବା କାରଣରୁ ଗତ ୧ ମାସ ହେଲା ଆଳୁଦର ଅହେତୁକ ଭାବେ ବଢ଼ିଚାଲିଥିଲା । ତେବେ ଆଳୁ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇ ପୂର୍ବରୁ କିଲୋ ପ୍ରତି ୪୦ ଟଙ୍କା ରହିଥିବା ଦର ବର୍ତ୍ତମାନ ୩୩ ରୁ ୩୫ ଟଙ୍କା ରହିଛି । ଏବେ ଆଳୁ ଦର ସ୍ୱାଭାବିକ ହେବାକୁ ବସିଥିବା ବେଳେବେଳେ ପିଆଜ ଦର ହଠାତ୍ ବୃଦ୍ଧି ପାଇଛି । ବିନା ପିଆଜ ରସୁଣରେ ରୋଷେଇ ପାଟିକୁ ସ୍ୱାଦିଷ୍ଟ ଲାଗୁନି । ଏଭଳି ସ୍ଥିତିରେ ରୋଷେଇଶାଳରୁ ପିଆଜ ଗାଏବ ହୋଇଯାଇଛି । ପିଆଜ ବିନା ରୋଷେଇ କଷ୍ଟକର ହେଉଥିବା ବେଳେ ଦରବୃଦ୍ଧି ସମସ୍ତଙ୍କୁ ବାଧୁଛି । ସପ୍ତାହ ପୂର୍ବରୁ ହିଞ୍ଜିଳିକାଟୁ ପରିବା ବଜାରରେ ପିଆଜ କିଲୋ ପ୍ରତି ଦର ୩୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଗତକାଲି ଠାରୁ ଦର ୬୦ ଟଙ୍କାରେ ପହଞ୍ଚିଛି । ଅନ୍ୟ ରାଜ୍ୟରୁ ଆବଶ୍ୟକ ସଂଖ୍ୟକ ପିଆଜ ଆମଦାନୀ ହୋଇପାରୁନଥିବାରୁ ଜଟିଳ ପରିସ୍ଥିତି ଦେଖାଦେଇଛି । ମହାରାଷ୍ଟ୍ର ନାସିକ ଅଞ୍ଚଳରୁ ଓଡ଼ିଶାକୁ ପିଆଜ ଆସିଥାଏ । ମହାରାଷ୍ଟ୍ର ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ପିଆଜ ଆମଦାନୀ ଯଥେଷ୍ଟ ପରିମାଣରେ କମିଯାଇଛି । ଏଥି ସକାଶେ ପିଆଜ ପାଇଁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଉପରେ ନିର୍ଭର କରିବାକୁ ପଡୁଛି । ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଅଞ୍ଚଳରୁ ଯଥେଷ୍ଟ ପରିମାଣରେ ପନିପରିବା ଆମଦାନୀ କରାଯାଇ ଗଞ୍ଜାମ ଜିଲ୍ଲା ସମେତ ନିକଟସ୍ଥ ଅଞ୍ଚଳକୁ ରପ୍ତାନୀ କରାଯାଇଥାଏ । ବର୍ତ୍ତମାନ ଚାଷୀ ଧାନ ଚାଷ ପାଇଁ କାର୍ଯ୍ୟ କରୁଥିବାରୁ ପନିପରିବା ଆମଦାନୀ କମିଯାଇଛି । ଏଣୁ ଆଳୁ, ପିଆଜ ସମେତ ସମସ୍ତ ପ୍ରକାରର ପନିପରିବା ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ପିଆଜ ଦର କମାଇବା ନେଇ ସରକାର ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।