ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ :  ‘ପରିବାରଭିତ୍ତିକ ଯନôର ସ୍ୱରୂପ ସୁଦୃଢ଼ ଲକ୍ଷ୍ୟ’

 ପୁରୀ : ପରିବାର ଭିତ୍ତିକ ଯତ୍ନର ସ୍ୱରୂପକୁ ସୁଦୃଢ କରିବା ଉଦେ୍ଦଶ୍ୟରେ ୨ଦିନିଆ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ-୨୦୨୫ ଆରମ୍ଭ ହୋଇଛି ।  ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ ଚଳିତ ୩୦ ଓ ୩୧ ଦୁଇ ଦିନ ଧରି ପୁରୀରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ଆୟୋଜନ ହୋଇଛି । ଏହି ସମ୍ମିଳନୀକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରି ପ୍ରତ୍ୟେକ ଶିଶୁର ଅଭିବୃଦ୍ଧି ପାଇଁ ଏକ ସ୍ନେହପୂର୍ଣ୍ଣ, ସୁରକ୍ଷିତ ଏବଂ ପୋଷଣକାରୀ ପାରିବାରିକ ପରିବେଶର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହାସହ କହିଥିଲେ, ଶିଶୁମାନଙ୍କର ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ପିତାମାତାଙ୍କ ସ୍ନେହ ମମତା ଏକାନ୍ତ ଜରୁରୀ । ପୋଷ୍ୟ ସନ୍ତାନ ଗ୍ରହଣ ଦ୍ୱାରା ମା ବାପ ଛେଉଁଣ୍ଡ ପିଲାଟିକୁ ଏକ ପରିବାର ମିଳିଥାଏ । ପିତାମାତାର ସୌଭାଗ୍ୟ ତାକୁ ପ୍ରାପ୍ତି ହୋଇଥାଏ । ପ୍ରତ୍ୟେକ ଶିଶୁ ମଧ୍ୟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ରହିଛି । ଏହାର ଉନ୍ମେଷ ସମାଜକୁ ସମୃଦ୍ଧ ଓ ଶୃଙ୍ଖଳିତ କରିପାରିବ । ଚିନ୍ତା, ଚେତନା, ଶିକ୍ଷା ଏବଂ ପ୍ରତିବଦ୍ଧତାକୁ ପୁନଃ ନିର୍ମାଣ କରିବା ପାଇଁ ଏକ ମଞ୍ଚ ଆୟୋଜନ କରିଥିବାରୁ ବିଭାଗୀୟ କର୍ମକର୍ତ୍ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।
ବିଭାଗୀୟ ସଚିବ ଶୁଭା ଶର୍ମା, କେନ୍ଦ୍ର ପୋଷ୍ୟ ସନ୍ତାନ ସମ୍ବଳ ସଂସ୍ଥାର ମୁଖ୍ୟ ନିର୍ବାହୀ ଅଧିକାରୀ ଭାବନା ସକ୍ସେନା, ଆଇସିଡିଏସ୍ର ନିଦେ୍ର୍ଦଶକ ମୋନିଷା ବାନାର୍ଜୀ ଯୋଗଦାନ କରି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀର ଆବଶ୍ୟକତା, ବ୍ୟବହାର ଗତ ପରିବର୍ତ୍ତନ ଓ ସାମାଜିକ ପ୍ରତିବଦ୍ଧତା ସଂପର୍କରେ ବୁଝାଇଥିଲେ । ସମ୍ମିଳନୀରେ କେନ୍ଦ୍ର ପୋଷ୍ୟ ସନ୍ତାନ ସମ୍ବଳ ସଂସ୍ଥା, ୟୁନିସେଫ୍ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ଏକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ନବସୃଜନ ଗୁଡ଼ିକୁ ମଧ୍ୟ ସ୍କେଲ୍ପଲ୍ ଅଭ୍ୟାସର ମଡେଲ ଭାବରେ ଅଂଶୀଦାର କରାଯାଇଥିଲା । ସମଗ୍ର ଓଡ଼ିଶାରୁ ଜିଲ୍ଳାପାଳ ଏବଂ ଉପଜିଲ୍ଳାପାଳମାନେ ପୋଷ୍ୟ ଗ୍ରହଣକୁ ପ୍ରୋସôାହିତ କରୁଥିବା ଏବଂ ସଂସ୍ଥାଗତ ଯତ୍ନକୁ ହ୍ରାସ କରୁଥିବା ତୃଣମୂଳସ୍ତରରେ ପ୍ରୟାସ ଉପସ୍ଥାପନ କରିବା ପାଇଁ ଏକ ଶୈକ୍ଷିକ ବିନିମୟରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସଂସ୍କାରକୁ ଆଗକୁ ବଢାଇବା ଏବଂ ପରିବାର ଭିତ୍ତିକ ଯତ୍ନର ଏକ ମୂଳ ସ୍ତମ୍ଭ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ସୁଦୃୃଢ କରିବା ପାଇଁ ନୀତି ନିର୍ଦ୍ଧାରକ, ଆଇନ ବିଶେଷଜ୍ଞ, ଜିଲ୍ଳା ଅଧିକାରୀ ଏବଂ ବିକାଶ ଅଂଶୀଦାରମାନଙ୍କୁ ଏକତ୍ରିତ କରାଯାଇଥିଲା ।