ସର୍ଟସର୍କିଟରେ ଜଳିଗଲା ଦୁଇବଖରା

ନାଉଗାଁ : ନାଉଗାଁ ତହସିଲ ଅନ୍ତର୍ଗତ ଜାମୁଗାଁ ଠାରେ ବିଦୁ୍ୟତ ସର୍ଟସର୍କିଟ ଘଟି ଅଗ୍ନିକାଣ୍ଡରେ ଦୁଇବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଗତକାଲି ଶନିବାର ମଧ୍ୟ ରାତ୍ରରୁ କାଳ ବୈଶାଖୀ ପ୍ରବାହ କାରଣରୁ ଏହି ଅଞ୍ଚଳରେ ବିଦୁ୍ୟତ୍ ସରବରାହ ବିଛିନ୍ନ ହୋଇଯାଇଥିଲା । ବିଭାଗ ପକ୍ଷରୁ ରବିବାର ସକାଳ ପ୍ରାୟ ଛଅ ଘଟିକା ସମୟରେ ବିଦୁ୍ୟତ୍ ସରବରାହ ଯୋଗାଇ ଦିଆଯିବା ସମୟରେ ଉକ୍ତ ଗ୍ରାମର କ୍ଷମାଶିଳ ପାଢୀଙ୍କ ଘରେ ବିଦୁ୍ୟତ୍ ସର୍ଟସର୍କିଟ ଘଟି ନିଆଁ ଲାଗି ଯାଇଥିଲା । ଫଳରେ ଚାଳରେ ନିଆଁ ଜଳୁଥିବା ଦେଖି ଗ୍ରାମବାସି ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ନାଉଗାଁ ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ମାନେ ଦୁଇଟି ଦମକଳ ଗାଡ଼ି ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ୪ ବଖରା ଚାଳ ଘରରୁ ଦୁଇ ବଖରା ଘର ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ସେହି ଘରେ ଥିବା ଧାନ, ଚାଉଳ, ବିରି, ମୁଗ, ଫ୍ୟାନ୍, ପ୍ରିଜ୍, ଲୁଗାପଟା ଆଦି ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ କଣ୍ଟୁଣିଆ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରିଥିବା ବେଳେ ଉକ୍ତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି ।