ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ
କେନ୍ଦ୍ରାପଡା: ମହାନ ରାଷ୍ଟ୍ର ନାୟକ, ପ୍ରଖର ରାଷ୍ଟ୍ରବାଦୀ ନେତା, ମିସାଇଲ ମ୍ୟାନ,ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ଏବଂ ସେବା ସୁଶାନ ଦିବସ ଅବସରରେ ଗୋପ ଛକ ସ୍ଥିତ କମଳ ଭବନରେ ପ୍ରଫେସର ଭୁବନ ମୋହନ ଜେନାଙ୍କ ସଭାପତିତ୍ୱରେ ଜନ୍ମ ଶତବାର୍ଷିକ ସମାରୋହ ପାଳନ କରାଯଇଛି । ଏହି ସଭାରେ ଭୁବନ ମୋହନ ଜେନା ତାଙ୍କ ସଭାପତିତ୍ୱ ଅଭିଭାଷଣରେ ଅଟଳବିହାରୀଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ମାର୍ଗ ଦର୍ଶନରେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ରେ ଏବଂ ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ଡବଲ ଇାଞ୍ଜିନ ସରକାର ଏକ ସମୃଦ୍ଧ ଏବଂ ଲୋକାଭିମୁଖୀ ତଥା ବିକଶିତ ରାଷ୍ଟ୍ର ହେବାରେ ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଛନ୍ତି । ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୯ ବ୍ଲକ ଏବଂ ଦୁଇଟି ମୁ୍ୟନିସିପାଲିଟି ସଦର ମହକୁମାରେ ଅଟଳବିହାରୀଙ୍କ ଜନ୍ମ ଶତବାର୍ଷିକ ପାଳନ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେବା ସହିତ କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକରେ ଅଟଳବିହାରୀ ବାଜପେୟୀଙ୍କ ପୂର୍ଣ୍ଣ ଅବୟବ ବରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ ରଖିଥିଲେ । ମୁଖ୍ୟଅତିଥି ପାରାଦ୍ୱୀପ ବନ୍ଦର ପୂର୍ବତନ ଟ୍ରଷ୍ଟି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଯୋଗଦେଇ ଅଟଳବିହାରୀଙ୍କ ସ୍ମୃତିଚାରଣ ପୂର୍ବକ ପୋଖରାଣରେ ପରମାଣୁ ପରୀକ୍ଷଣ, ପାରାଦ୍ୱୀପ ଅଏଲ ରିଫାଇନାରୀ, ଗ୍ରାମ ସଡ଼କ ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା ସହିତ ତାଙ୍କ ମାର୍ଗ ଦର୍ଶନରେ ଭାରତ ଆଜି ଆଶାତୀତ ସମୃଦ୍ଧି ପଥରେ ଆଗେଇ ଚାଲିଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପବିତ୍ର ପରିଡା, ପ୍ରଫେସର ବୈକୁଣ୍ଠ ପରିଡା,ପ୍ରମୋଦ ଧଳ, ବରିଷ୍ଠ ନେତା ନୀଳମଣି ସାହାଣୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଗେନ୍ଦ୍ର ବେହେରା, ରୋଜାଲିନ ମହାନ୍ତି, ସୁଜାତା ବାରିକ, କାନନ ବାଲା ଦାସ, ରଶ୍ମିରଞ୍ଜନ ପ୍ରଧାନ, ଡ. ପ୍ରସନ୍ନ ପରିଡା ଉମେଶ ଦାସ, ବାବୁଲି ମହାରଣା, ବିକାଶ ଦେବନାଥ, ମନିଦ୍ର ରାଉତ ପ୍ରମୁଖ ବକ୍ତବ୍ୟ ରଖି ଅଟଳବିହାରୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଜନ୍ମଜୟନ୍ତୀ ସତ ବାର୍ଷିକ ସମାରୋହରେ ଜିଲ୍ଲାର ସମସ୍ତ ବ୍ଲକ ମଣ୍ଡଳ ଓ ପଞ୍ଚାୟତ ତଥା ମୁନିସିପାଲିଟି ଅଞ୍ଚଳରୁ ପଞ୍ଚସହରୁ ଅଧିକ ଭାଜପା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସଭା ଶେଷରେ ଦଶ ଜଣ ବିସ୍ତାରକ, ଦୁଇ ଜଣ ସଫେଇ କର୍ମଚାରୀ, ବରିଷ୍ଠ ନେତା ଶରତ ଜଗଦେବଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।