ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗ
ପାଣିକୋଇଲି : ଏଠାକା ପୁଲିସ ଜନୈକା ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତ ଯାଜପୁର ବ୍ଲକ ମାଳଆନ୍ଦପୁର ପଞ୍ଚାୟତ ବାଲିପଶି ଗ୍ରାମର ଧରଣୀଧର ସାହୁଙ୍କ ପୁଅ ନବ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଉକ୍ତ ଗ୍ରାମର ଦାଶରଥି ସାହୁଙ୍କ ଝିଅ ଭଲ ପାଇ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ହ୍ୱାଟ୍ସଅପ ଭିଡିଓ କଲ ଚାଲିଥିଲା । ଏହାର ସୁଯୋଗରେ ନବ ପ୍ରକାଶ କିଛି ନଗ୍ନ ଭିଡିଓ କରି ରଖିଥିଲେ । ଗତ ୧୨ ତାରିଖ ନବ ତାଙ୍କ ଗ୍ରାମ ପୋଖରୀ ଆଡିକୁ ସସ୍ମିତାକୁ ଡାକିବା ଏବଂ ଯୁବତୀ ଜଣକ ରାଗିଯାଇ ରଖିଥିବା ନଗ୍ନ ଭିଡିଓକୁ ଭାଇରାଲ କରିଥିଲା । ଯାହା ଫଳରେ ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୬୬/୨୫ରେ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲା । ଗତକାଲି ରବିବାର ନବ ପ୍ରକାଶକୁ ପୁଲିସ ଗିରଫ କରି ଆଜି ଦଫା୨୯୪/୩୫୬(ବି)ବିଏନଏସ, ୬୭ଆଇଟି ଆକ୍ଟରେ କୋର୍ଟ ଚାଲାଣ କରିଛି ।