ଓଡ଼ିଶା ବିକାଶର ବାଟ ଦେଖାଇବ ଶିଳ୍ପ-ବିଧାନସଭା
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା, ନୂଆଦିଲ୍ଲୀରେ ଓଡ଼ିଶାର ସାଂସଦଙ୍କ ସହିତ ଏକ ପାରସ୍ପରିକ ଆଲୋଚନା ଅଧିବେଶନର ଆୟୋଜନ ହୋଇଥିଲା । ଯେଉଁଥିରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ସଦସ୍ୟଙ୍କ ସହିତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୧୪ଜଣ ସାଂସଦ ଅଂଶଗ୍ରହଣ କରିଥିଲେ । ଏହି ଅଧିବେଶନରେ ଦୃଢ଼ ଶିଳ୍ପ ଏବଂ ସରକାରୀ ସହଯୋଗ ମାଧ୍ୟମରେ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆଲୋଚନାରେ ଚାରୋଟି ପ୍ରମୁଖ ପ୍ରାଥମିକତା ଉପରେ ଆଲୋକ ପାତ କରାଯାଇଥିଲା ଐତିହ୍ୟ ଏବଂ ପ୍ରାକୃତିକ ସମ୍ପତ୍ତିର ଉପଯୋଗ କରି ପର୍ଯ୍ୟଟନକୁ ବୃଦ୍ଧିକରିବା, ମୂଲ୍ୟବୃଦ୍ଧି ଏବଂ ଗ୍ରାମୀଣ ଆୟବୃଦ୍ଧି ପାଇଁ କୃଷିଭିତ୍ତିକ ଶିଳ୍ପକୁ ପ୍ରୋସôାହିତ କରିବା, ଅର୍ଥ ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରବେଶ ମାଧ୍ୟମରେ ଏମଏସଏମଇ ଗୁଡ଼ିକୁ ସମର୍ଥନ କରିବା, ନିବେଶ ସୁଯୋଗ ସୃଷ୍ଟି କରିବା ଏବଂ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ଜିଲ୍ଲା ଭିତିକ ଶିଳ୍ପ ସମ୍ଭାବନାର ମାନଚିତ୍ର ପ୍ରସ୍ତୁତ କରିବା । ଆଲୋଚନାରେ ଅନ୍ତର୍ଭୁକ୍ତ ସରକାର, ଶିଳ୍ପ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ସାଂସଦ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ସଦସ୍ୟ ଏବଂ ବରିଷ୍ଠ ଶିଳ୍ପନେତାଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା ଏବଂ ଅଧିବେଶନକୁ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ସୁନୀଲ ଗୁପ୍ତା ପରିଚାଳନା କରିଥିଲେ । ଓଡ଼ିଶାର ଅର୍ଥନୈତିକ ପ୍ରାଥମିକତାକୁ ତ୍ୱରାନ୍ୱିତ କରିବା ଏବଂ ଏକ ସହାୟକ ନିବେଶ ପରିବେଶକୁ ପ୍ରୋସôାହିତ କରିବା ପାଇଁ ନୀତି ନିର୍ଦ୍ଧାରକ ମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସିଆଇଆଇ ଏହାର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛି ।