୬ ଟଙ୍କା ବଦଳରେ ଆଦାୟ ହେଉଥିଲା ୬୦ ଟଙ୍କା : ବିଜେଡ଼ି ନେତା ରାଜାଙ୍କୁ ଇଓଡବ୍ଳୁ୍ୟ ଜେରା 

୬ ଟଙ୍କା ବଦଳରେ ଆଦାୟ ହେଉଥିଲା ୬୦ ଟଙ୍କା : ବିଜେଡ଼ି ନେତା ରାଜାଙ୍କୁ ଇଓଡବ୍ଳୁ୍ୟ ଜେରା 

ଭୁବନେଶ୍ୱର:  କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ୍ୟ ପକ୍ଷରୁ ଜେରା କରାଯାଇଛି  । ଭୁବନେଶ୍ୱର ସ୍ଥିତ ଇଓଡବ୍ଲୁ୍ୟ ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି  । ଏହି ମାମଲାରେ ପୂର୍ବରୁ ଫେବୃୟାରୀ ୭ ତାରିଖରେ ମାନସ ରଞ୍ଜନ ବାରିକ ଓ ଉକôଳ ଦାସଙ୍କୁ ଇଓଡବ୍ଲୁ୍ୟ ଗିରଫ କରିଥିଲା । ସେହି ଲିଙ୍କରେ ରାଜା ଚକ୍ରଙ୍କୁ ଜେରା ହେଉଛି  ।
ସୂଚନାଯୋଗ୍ୟଯେ, ଇଓଡବ୍ଳୁ୍ୟ ୫୦ କୋଟିର ଘୋଟଲାକୁ ନେଇ ଛାନଭିନ କରୁଥିଲା  । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛନ୍ତି  । ଏହି ଦୁର୍ନୀତିର ପରିମାଣ ୫ ଶହ କୋଟି ହେବବୋଲି ଇଓଡବ୍ଲୁ୍ୟ ଜାଣିବାକୁ ପାଇଛି  । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଆଜି କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରାଯାଇଛି  । ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋ-ଅପରେଟିଭ୍ ସୋସାଇଟି ନାଁରେ ଲୁଟ୍ ହେଉଥିବା ଅଭିଯୋଗ ହୋଇଥିଲା  । ଆଇରନ୍ ଓର୍ ବୋଝେଇ ଟ୍ରକ ପିଛା ୬୦ ଟଙ୍କା ଆଦାୟ କରାଯାଉଥିଲା  । ଏହି କୋ-ଅପରେଟିଭ୍ ସୋସାଇଟିର କାର୍ଯ୍ୟାଳୟ କେନ୍ଦୁଝରର ଶୁଆକାଟିରେ ରହିଛି  । ଗୋଟିଏ ଟ୍ରକ ଠାରୁ ୬ ଟଙ୍କା ଆଦାୟର ବ୍ୟବସ୍ଥା ରହିଥିବା ବେଳେ, ଏମାନେ ୬୦ ଟଙ୍କା ଆଦାୟ କରୁଥିଲେ  । ଏ ସଂପର୍କରେ କାଗଜପତ୍ରରେ କିଛି ଦେଖାଯାଉନଥିଲା  । ଅଡିଟରେ ଦେଖାଯାଉନଥିଲା କି ଭାଉଚର ବି ହେଉନଥିଲା । ଓଡିଶା ଖଣି ନିଗମର ଖଣିକୁ ଏମାନେ ଟଙ୍କା ଖଣି ବୋଲି ଭାବୁଥିଲେ  । ୨୦୧୭ରୁ ୨୦୨୪ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ବିଜେଡି ନେତା । ତଦନ୍ତ ପରେ ଏବେ ସବୁ କଥା ସାମ୍ନାକୁ ଆସୁଛି  । ରାଜା ଚକ୍ର ଏହି ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଥିବା ଜଣାପଡିଛି ।