ଓଡ଼ିଶାର ଭୋଟ୍ ଇତିହାସ

ଓଡ଼ିଶାର ଭୋଟ୍ ଇତିହାସ

୧୯୫୨ରୁ ଏଯାବତ ଓଡ଼ିଶାରେ ୧୬ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି  । ଏବେ ସପ୍ତଦଶ ବିଧାନସଭା ପାଇଁ ନିର୍ବାଚନ ଜାରିରହିଛି  । ୧୯୫୧ ମସିହା ଡିସେମ୍ବର ୨୦ରୁ ୧୯୫୨ ଜାନୁଆରୀ ୨୪ ପର୍ଯ୍ୟନ୍ତ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା  । ସେତେବେଳେ ଓଡ଼ିଶାର ବିଧାନସଭା ଆସନ ସଂଖ୍ୟା ଥିଲା ୧୪୦  । ନିର୍ବାଚନରେ କଂଗ୍ରେସ ୬୭, ଗଣତନ୍ତ୍ର ପରିଷଦ ୩୧, ସୋସାଲିଷ୍ଟ ପାର୍ଟି ୧୦, ସିପିଆଇ ୭, ଫରୱାର୍ଡ଼ ବ୍ଳକ ୧ ଓ ସ୍ୱାଧୀନ ଭାବେ ୨୪ ଜଣ ବାଜିମାତ୍ କରିଥିଲେ  ।
ସେହିପରି ଦ୍ୱିତୀୟ ବିଧାନସଭା ନିର୍ବାଚନ ୧୯୫୭ ଫେବୃଆରୀ ୨୪ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା  । ଏହି ନିର୍ବାଚନରେ କଂଗ୍ରେସ ୫୬, ଗଣତନ୍ତ୍ର ପରିଷଦ ୫୧, ପିଏସପି ୧୧, ସିପିଆଇ ୯ ଓ ସ୍ୱାଧୀନ ଭାବେ ୧୩ ଜଣ ବିଜୟୀ ହୋଇଥିଲେ  । ୧୯୬୧ ଜୁନ୍ ୨ରୁ ଜୁନ୍ ୮ ମଧ୍ୟରେ ତୃତୀୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ନିର୍ବାଚନରେ କଂଗ୍ରେସ ୮୨, ଗଣତନ୍ତ୍ର ପରିଷଦ ୩୭, ପିଏସପି ୧୦, ସିପିଏମର ୪ ଓ ସ୍ୱାଧୀନ ଭାବେ ୭ ଜଣ ଜିତିଥିଲେ  ।
୧୯୬୭ ଫେବୃଆରୀ ୨୧ରେ ଓଡ଼ିଶାରେ ଚତୁର୍ଥ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ଏହି ନିର୍ବାଚନରେ କଂଗ୍ରେସର ୩୧, ସ୍ୱତନ୍ତ୍ର ପାର୍ଟିର ୪୯, ଜନକଂଗ୍ରେସର ୨୬, ପିଏସପି ୨୧, ସିପିଆଇ ୭, ସିପିଏମ ୧, ଏସଏସପି ୨ ଓ ସ୍ୱାଧୀନ ୩ଟି ଆସନରେ ବିଜୟ ଲାଭ କରିଥିଲେ  । ୧୯୭୧ ମାର୍ଚ୍ଚ ୫ରେ ପଞ୍ଚମ ବିଧାନସଭା ନିର୍ବାଚନ ହୋଇଥିଲା  । ସେହି ନିର୍ବାଚନରେ କଂଗ୍ରେସ ୫୧, ସ୍ୱତନ୍ତ୍ର ପାର୍ଟି ୩୬, ଉକôଳ କଂଗ୍ରେସ ୩୩, ପିଏସପି ୪, ସିପିଆଇ ୪, କଂଗ୍ରେସ (ଓ) ୨, ସିପିଏମ ୧, ଜନକଂଗ୍ରେସ ୧, ଝାଡ଼ଖଣ୍ଡ ୪ ଓ ସ୍ୱାଧୀନ ଭାବେ ୩ ଜଣ ବିଜୟୀ ହୋଇଛନ୍ତି  । ଷଷ୍ଠ ବିଧାନସଭା ନିର୍ବାଚନ ୧୯୭୪ ଫେବୃଆରୀ ୨୪ରେ ଅନୁଷ୍ଠିତ ହୋଇଥିଲା  । ଏହି ନିର୍ବାଚନରେ କଂଗ୍ରେସ ୬୯, ସ୍ୱତନ୍ତ୍ର ପାର୍ଟି ୨୧, ଉକôଳ କଂଗ୍ରେସ ୩୫, ଜନକଂଗ୍ରେସ ୧, ସୋସାଲିଷ୍ଟ ପାର୍ଟି ୨, ଝାଡ଼ଖଣ୍ଡ ୧, ସିପିଆଇ ୭, ସିପିଏମ ୩, ସ୍ୱାଧୀନ ୭ ଆସନରେ ଜିତିଥିଲେ  । ୧୯୭୭ ଜୁନ୍ ୧୦ରେ ସପ୍ତମ ବିଧାନସଭା ନିର୍ବାଚନ ପାଇଁ ଭୋଟ ହୋଇଥିଲା  । ନିର୍ବାଚନରେ କଂଗ୍ରେସ ୨୬, ଜନତା ପାର୍ଟି ୧୧୦, ସିପିଆଇ ୧, ସିପିଏମ ୧ ଓ ସ୍ୱାଧୀନ ଭାବେ ୯ ଜଣ ବାଜିମାତ୍ କରିଥିଲେ  ।
୧୯୮୦ ମେ’ ୩୧ରେ ଅଷ୍ଟମ ବିଧାନସଭା ଗଠନ ପାଇଁ ରାଜ୍ୟରେ ନିର୍ବାଚନ ହୋଇଥିଲା  । ୧୧୭ ଆସନରେ କଂଗ୍ରେସ, ଜନତା ଦଳ (ଚୌଧୁରୀ ଚରଣ ସିଂହ), ଜନତା ଦଳ (ଜୟପ୍ରକାଶ), ଭାରତୀୟ ଜାତୀୟ କଂଗ୍ରେସ (ୟୁ), ସିପିଆଇ ୪, ସ୍ୱାଧୀନ ଭାବେ ୪ ଜଣ ବିଜୟ ଲାଭ କରିଥିଲେ  । ନବମ ବିଧାନସଭା ନିମନ୍ତେ ୧୯୮୫ ମାର୍ଚ୍ଚ ୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । କଂଗ୍ରେସ ୧୧୭, ଜନତା ପାର୍ଟି ୧୯, ବିଜେପି ୧, ସିପିଆଇ ୧, ସ୍ୱାଧୀନ ୭ ଆସନରେ ଜିତିଥିଲେ  ।
ଦଶମ ଓଡ଼ିଶା ବିଧାନସଭା ନିର୍ବାଚନ ୧୯୯୦ ଫେବୃଆରୀ ୨୭ରେ ଆରମ୍ଭ ହୋଇ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଚାଲିଥିଲା  । ନିର୍ବାଚନରେ କଂଗ୍ରେସ ୧୦, ଜନତା ଦଳ ୧୨୩, ସିପିଆଇ ୫, ସିପିଏମ ୧, ବିଜେପି ୨ ଓ ୬ ଜଣ ସ୍ୱାଧୀନ ଭାବେ ବାଜିମାତ୍ କରିଥିଲେ  ।  ୧୯୯୫ ମାର୍ଚ୍ଚ ୭ ଓ ମାର୍ଚ୍ଚ ୯ରେ ଏକାଦଶ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା  । ସେତେବେଳେ କଂଗ୍ରେସକୁ ୮୦, ଜନତା ଦଳ ୪୬, ବିଜେପି ୯, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୪, ଝାଡ଼ଖଣ୍ଡ ପିପୁଲସ ପାର୍ଟି ୧, ସିପିଆଇ ୧ ଓ ସ୍ୱାଧୀନ ସଦସ୍ୟ ଜିତିଥିଲେ  ।
୨୦୦୦ରେ ଫେବୃଆରୀ ୧୭ ଓ ୨୨ରେ ଦ୍ୱାଦଶ ବିଧାନସଭା ନିମନ୍ତେ ଦୁଇ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ବିଜେଡ଼ି ୬୮, ବିଜେପି ୩୮, କଂଗ୍ରେସ ୨୬, ଜନତା ଦଳ ଏସ୍ ୧, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୩, ସିପିଆଇ ୧, ସିପିଏମ ୧, ତୃଣମୂଳ କଂଗ୍ରେସ ୧ ଓ ସ୍ୱାଧୀନ ଭାବେ ୮ ଜଣ ବିଜୟୀ ହୋଇଥିଲେ  ।
୨୦୦୪ ଅପ୍ରେଲ ୨୦ରେ ବିଧାନସଭାର ୭୭ ଓ ଅପ୍ରେଲ ୨୬ରେ ୭୦ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା  । ତ୍ରୟୋଦଶ ବିଧାନସଭାରେ ସେଥର କଂଗ୍ରେସ ୩୮, ବିଜେଡ଼ି ୬୧, ବିଜେପି ୩୨, ଓଜିପି ୨, ସିପିଆଇ ୧, ଜେଏମଏମ ୪ ଓ ସ୍ୱାଧୀନ ଭାବେ ୮ ଜଣ ବିଜୟ ଲାଭ କରିଥିଲେ  । ଚତୁର୍ଦ୍ଦଶ ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୦୦୯ ଅପ୍ରେଲ ୧୬ରେ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅପ୍ରେଲ ୨୩ରେ ହୋଇଥିଲା  । ସେହି ନିର୍ବାଚନରେ କଂଗ୍ରେସ ୨୭, ବିଜେଡ଼ି ୧୦୩, ବିଜେପି ୬, କଂଗ୍ରେସ ୪, ସିପିଆଇ ୧ ଓ ସ୍ୱାଧୀନ ଭାବେ ୬ ଜଣ ଜିଣିଥିଲେ  ।
ପଞ୍ଚଦଶ ବିଧାନସଭା ନିର୍ବାଚନ ପାଇଁ ୨୦୧୪ ଅପ୍ରେଲ ୧୦ ଓ ଅପ୍ରେଲ ୧୭ରେ ଦୁଇ ଦଫା ନିର୍ବାଚନ ହୋଇଥିଲା  । ନିର୍ବାଚନରେ କଂଗ୍ରେସ ୧୬, ବିଜେଡ଼ି ୧୧୭, ବିଜେପି ୧୦, ସମତାକ୍ରାନ୍ତି ୧, ସିପିଆଇଏମ ୧ ଓ ସ୍ୱାଧୀନ ଭାବେ ୨ ଜଣ ବିଧାୟକ ହୋଇଥିଲେ  ।
୨୦୧୯ରେ ପ୍ରଥମ ଥର ପାଇଁ ଚାରି ଦଫାରେ ସାଧାରଣ ନିର୍ବାଚନ ହୋଇଥିଲା  । ଅପ୍ରେଲ ୧୧, ଅପ୍ରେଲ ୧୮, ଅପ୍ରେଲ ୨୩ ଓ ଅପ୍ରେଲ ୨୯ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ନିର୍ବାଚନରେ ବିଜେଡ଼ି ୧୧୨, ବିଜେପି ୨୩, ସିପିଆଇ ୧, ସ୍ୱାଧୀନ ୧ ଓ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିଲା  ।