କଟକ ଦୁର୍ଗା ପୂଜାର ଔଜଲ୍ୟ ବଢ଼ିଲା: ୨୮ରେ ଯୋବ୍ରା ଦୁର୍ଗା ମନ୍ଦିରର ନୂଆ ଚାନ୍ଦିମେଢ ଉଦ୍ଘାଟନ
କଟକ : ଶାରଦୀୟ ଦୁର୍ଗାପୂଜାକୁ ନେଇ ସଂପ୍ରତି କଟକ ସହର ଉସôବ ମୁଖର ହୋଇଉଠିଛି । ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ଆଲୋକମାଳାରେ ସହର ସଜେଇ ହେଲାଣି । ସୁଶୋଭିତ ଔଜଲ୍ୟରେ ଚିକମିକ କରୁଥିବା କଟକ ସହରର ଆକର୍ଷଣରେ ଆହୁରି ଐଶ୍ୱର୍ଯ୍ୟ ଯୋଡ଼ି ହୋଇଛି । ଚଳିତବର୍ଷ ଯୋବ୍ରା ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ନୂତନ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି । ଆସନ୍ତା ୨୮ ତାରିଖ ସନ୍ଦ୍ୟା ୬ ଘଟିକା ସମୟରେ ମା’ଙ୍କ ମଣ୍ଡପରେ ନୂତନ ଚାନ୍ଦିମେଢ଼ ଉଦଘାଟନ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ସଂପାଦକ ଶ୍ରୀମନ୍ତ ଦାସ ସୂଚନା ଦେଇଛନ୍ତି । ପ୍ରାୟ ଅଢ଼େଇ କୁ୍ୟଣ୍ଟାଲ ଚାନ୍ଦିରେ ନିର୍ମିତ ଏହି ମେଢ଼ରେ ପାଖାପାଖି ୩କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅଲିସା ବଜାରର ଚାନ୍ଦି କାରିଗର କୃଷ୍ଣପାତ୍ର ଏହାକୁ ନିର୍ମାଣ କରିଛନ୍ତି । ଏହି ଚାନ୍ଦିମେଢ଼କୁ କଟକ ଜିଲ୍ଲାପାଳ ଉଦଘାଟନ କରିବେ ବୋଲି ସଂପାଦକ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଚୌଦ୍ୱାରକଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ପରିଚାଳନା କମିଟି ସଭାପତି ପ୍ରମୋଦ ଜେନାଙ୍କ ସମେତ ଯୋବ୍ରା ମାଦୁର୍ଗା ଯୁବକ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଏହାକୁ ମିଶାଇ କଟକ ସହରରେ ଚାନ୍ଦିମେଢ଼ ସଂଖ୍ୟା ୩୬ରେ ପହଞ୍ଚିଛି ।