ବାଲିଯାତ୍ରା ପାଇଁ ପ୍ଲଟ ବୁକିଂ ଆରମ୍ଭ : ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି 

 କଟକ:  ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ଲଟ ବୁକିଂ । ବାରବାଟୀ ଷ୍ଟାଡ଼ିୟମ ସ୍ଥିତ ବାରବାଟୀ ପ୍ୟାଲେସରେ ଏହି ବୁକିଂ କାର୍ଯ୍ୟ ଚାଲିଛି । ଯେହେତୁ ବର୍ଷା ଲାଗି ରହିଛି, ତେଣୁ ବୁକିଂ ପ୍ରକିୟା ଟିକେ ଧିମେଇ ଯାଇଛି । ହେଲେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କେବଳ ତଳ ପଡ଼ିଆରେ ୧୬୭୦ଟି ପ୍ଲଟ ବୁକିଂ ପାଇଁ ପଞ୍ଜୀକରଣ ପ୍ରକି୍ରୟା ଆରମ୍ଭ ହୋଇଛି । ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ଚଳିତ ବର୍ଷ ପ୍ରଥମଥର ପାଇଁ ଉଠା ବ୍ୟବସାୟୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲଟ ବ୍ୟବସ୍ଥା କରାଯାଇଛି । ଉଠାଦୋକାନୀମାନେ ୧୫୦୦ଟଙ୍କା ଦେଇ ପ୍ଲଟ ବୁକିଂ କରିପାରିବେ । ପଞ୍ଜୀକରଣ ପ୍ରକି୍ରୟା ସରିବା ପରେ ଅକ୍ଟୋବର ୧୩ ତାରିଖରୁ ପ୍ଲଟ ନିଲାମ ପ୍ରକି୍ରୟା ଆରମ୍ଭ ହେବ । ସାଧାରଣ ବ୍ୟବସାୟୀଙ୍କ ପାଇଁ ପ୍ଲଟ ପିଛା ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଥିବା ବେଳେ ଦୋଳି ଓ ଅନ୍ୟାନ୍ୟ ଖେଳ ପାଇଁ ପଞ୍ଜୀକରଣ ରାଶି ଏକ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ ।