ଅନଲାଇନ ହେଲା ଜମି ଡ଼ିମାର୍କେସନ

ଅନଲାଇନ ହେଲା ଜମି ଡ଼ିମାର୍କେସନ

ଭୁବନେଶ୍ୱର : ଅନଲାଇନ ହେଲା ଜମି ଡ଼ିମାର୍କେସନ । ଆଉ ଯିବାକୁ ପଡ଼ିବନି  ତହସିଲ ଅଫିସ୍‌ । ଦେବାକୁ ପଡ଼ିବନି ହାତଗୁଞ୍ଜା । ଏଣିକି ଜମି ଡିମାର୍କେସନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ନିଜେ ତହସିଲ୍‌ ଅଧିକାରୀ ଏବଂ ଅମିନ ଆସି ଜମିର ଡ଼ିମାର୍କେସନ କରିବେ ।

     ପ୍ରଥମେ ରାଜସ୍ୱ ବିଭାଗର ଅନଲାଇନ ସାଇଟକୁ ଯାଇ ସେଥିରେ ମୋବାଇଲ ନମ୍ବର ପଞ୍ଜୀକରଣ କରି ଡିମାର୍କେସନ ପାଇଁ ଆବେଦନ କରିବାକୁ ହେବ । ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି’ ଦେବାକୁ ପଡିବ । ଆବେଦନ ସବମିଟ୍‌ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସ୍‌ଏମ୍‌ଏସ୍‌ ଆସିିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସନ କରିବେ ।