ଦଶହରା ପାଇଁ ସହରରେ ଟ୍ରାଫିକ କଟକଣା ଲାଗୁ

 କଟକ : ଦଶହରା ପାଇଁ କଟକରେ ଆସନ୍ତା ୨୭ ତାରିଖରୁ ଟ୍ରାଫିକ କଟକଣା ଲାଗୁ େହୋଇଛି । ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହିସବୁ ଦିନରେ ଅପରାହ୍ନ ୨ ଘଟିକାରୁ ରାତି ୨ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ଏହାଛଡ଼ା ଦୁର୍ଗା ମେଢ଼ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ନିମ୍ନଲିଖିତ ନିର୍ଦ୍ଦିଷ୍ଟ ୨୭ଟି ପାର୍କିଂ ସ୍ଥାନରେ ସେମାନଙ୍କର ଯାନବାହନ ପାର୍କିଂ କରିପାରିବେ । ହାଓଡ଼ା ମୋଟର ଛକଠାରୁ କୌଣସି ଯାନବାହନ ସିଧା ମଙ୍ଗଳାବାଗ ଛକଆଡ଼କୁ ଯାଇପାରିବ ନାହିଁ । ଏହି ଗାଡ଼ିଗୁଡ଼ିକ ହାୱଡ଼ା ମୋଟର ଛକଠାରୁ ମାତାମଠ ଛକଦେଇ ମହାନଦୀ ରିଙ୍ଗ ବନ୍ଧରେ ଆସି ଘଣ୍ଟା ଟାୱାର ଛକ ଦେଇ ଯାଇପାରିବେ । ସେହିପରି ମଙ୍ଗଳାବାଗ ଆଡ଼ୁ କୌଣସି ଗାଡ଼ି କାଠଗୋଲା ସାହି କିମ୍ବା ମଲ୍ହା ସାହି ଆଡ଼କୁ ଯାଇପାରିବେ ନାହିଁ । ଉକ୍ତ ଯାନବାହନ ଗୁଡ଼ିକ ମେଡ଼ିକାଲ ଭିତର ଦେଇ ତାଳଦଣ୍ଡା କେନାଲ ରୋଡ଼ରେ ଯାଇପାରିବେ । କୌଣସି ଯାନବାହନ ବିକେ ରୋଡ଼ରୁ ରାଣୀହାଟ ଛକକୁ ସିଧାସଳଖ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହି ଯାନଗୁଡ଼ିକ ବଜ୍ରକବାଟି ରୋଡ଼ ଛକରେ ବାମ ମୋଡ଼ ନେଇ ଗହ୍ମାଡିଆ କବର ସ୍ଥାନ, ଷ୍ଟେସନପୁର ରୋଡ଼ ଦେଇ ମଂଗଳାବାଗ କିମ୍ବା ବକ୍ସିବଜାର ଆଡ଼କୁ ଯାଇପାରିବେ । ସେମାନେ କେବଳ ଫ୍ରେଣ୍ଡସକଲୋନୀ ଥୋରିଆସାହି ବାଳିକା ଉଚ୍ଚ ବିଦ୍ୟାଳୟ ଦେଇ ମଂଗଳାବାଗ ଯାଇପାରିବ । ଥୋରିଆସାହି ଏବଂ ବଣିଆ ସାହି ଛକଠାରୁ ବଢ଼େଇ ସାହି ଆଡ଼କୁ କୌଣସି ଯାନକୁ ଅନୁମତି ନାହିଁ । ମୋଚି ସାହି ଛକରୁ ରାଣୀହାଟ ହାଇସ୍କୁଲ ଦେଇ ସିଧାସଳଖ ଘଣ୍ଟା ଟାୱାର ଛକକୁ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନେ ଡ ତେଜସା ରାଓ ଛକ ଦେଇ ଘଣ୍ଟା ଟାୱାର ଛକ କିମ୍ବା ଯୋବ୍ରା ଛକ ଯିବା ପାଇଁ ମୋଚି ସାହି ଛକରୁ ବାମ ମୋଡ଼ ନେଇପାରିବେ । ଦୋଳମୁଣ୍ଡାଇ ଛକରୁ ଆସୁଥିବା ଯାନବାହନଗୁଡ଼ିକ ମହତାବ ରୋଡ଼ ଦେଇ ଛତ୍ରବଜାର ଆଡ଼କୁ ଏବଂ ସେଠାରୁ କେବଳ ମାଲଗୋଦାମ ଆଡ଼କୁ ଯାଇପାରିବେ । କୌଣସି ଯାନବାହନ ଛତ୍ରବଜାର ବି୍ରଜ ଠାରୁ ଛତ୍ରବଜାର ଦେଇ ମହତାବ ରୋଡ଼ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ । କଲେଜଛକରେ ମେଲୋଡ଼ି କାର୍ଯ୍ୟକ୍ରମ ସମୟରେ ଘଣ୍ଟା ଟାୱାରରୁ ଆସୁଥିବା ଯାନଗୁଡ଼ିକ କଟକ ସୁଇଟଷ୍ଟଲରେ ବାମମୋଡ଼ ଦେଇ ତାପରେ ଆଇ ଲଭ କଟକ, ବମ୍ବେ ହୋଟେଲ ଛକ ଏବଂ ପୋଷ୍ଟ ଅଫିସ ଛକ ଦେଇ ମାଲଗୋଦାମ ଫ୍ରାଏ ଓଭରବି୍ରଜ ବ୍ୟବହାର କରିପାରିବେ । ବମ୍ବେହୋଟେଲ ଛକ ଏବଂ ପୋଷ୍ଟ ଅଫିସ ଛକରୁ କଲେଜଛକ ଦେବୀଘର ଆଡ଼କୁ କୌଣସି ଯାନ ଯିବାକୁ ଅନୁମତି ଦିଆଯିବ ନାହିଁ । ମଣିମନ୍ଦିର ଛକରୁ ଜୁଡ଼ିସିଆଲ ଏକାଡେମୀ ଛକ ମଧ୍ୟରେ ରଙ୍ଗ ରୋଡ଼ ଦେଇ କୌଣସି ଭାରି ଯାନ ଚଳାଚଳ କରିପାରିବ ନାହିଁ । ନୂଆବଜାର ଛକରୁ ଓଏମପି ଛକଆଡ଼କୁ କୌଣସି ୪ ଚକିଆ ଏବଂ ଭାରି ଯାନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନେ ପୋତାପୋଖରୀ, କାଳିଆବୁଦା, ଓଏମପି ଛକ ଏବଂ ନୂଆପଡ଼ା ଦେଇ ପ୍ରେସଛକ ଯାଇପାରିବେ । କାଳିଆବୁଦା ନିକଟସ୍ଥ ସଂକୀର୍ଣ୍ଣ ରେଳପଥ ଦେଇ ୩ ଏବଂ ୪ ଚକିଆ ଯାନ ଚଳାଚଳ କରିପାରିବ ନାହିଁ । ସେମାନେ ଶନିମନ୍ଦିର ଛକରେ ବାମମୋଡ଼ ଏବଂ କମଳାକାନ୍ତ ସ୍କୁଲ ପେଟ୍ରୋଲ ଡିପୋ ପାଶ୍ୱର୍ରେ ଡାହାଣ ମୋଡ଼ ନେବାପରେ ମହାନଦୀ ରିଂଗରୋଡ଼ ଦେଇ ଯାଇପାରିବେ ।