ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ : ବକେୟା ଏରିୟର କରାଇ ଦେବି କହି ନେଉଥିଲେ ୨୫ ହଜାର ଟଙ୍କା ଲାଞ୍ଚ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପ୍ରତେକ ସହରରେ ପାଦ ପାଦରେ ଦୁର୍ନୀତି ବଢ଼ିଯାଇଛି । ତାହାର ନଗ୍ନ ନମୁନା ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ  ବନମାଳୀ ଶତପଥୀଙ୍କୁ ୨୫ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ବକେୟା ଥିବା ଦରମାର ସେଟଲମେଣ୍ଟ କରିବାକୁ ବନମାଳୀ ଶତପଥୀ ୨୫ ହଜାର ଟଙ୍କା ଦାବୀ କରିଥିଲେ । ଲେଖା ଛିଡ଼ିଥିବା ଥିବା ମୁତାବିକ ଉକ୍ତ କର୍ମଚାରୀ ଧାର କରଜ କରି ଉକ୍ତ ୨୫ ହଜାର ଟଙ୍କା ଲାଞ୍ଚ ଦେବାକୁ ବାଲିପଦର ଠାରେ ଅପେକ୍ଷା କରିଥିଲେ ବାବୁ ଆସି ଅନୁକଳରେ ଟଙ୍କା ଧରିବା ପରେ ଭିଜିଲାନ୍ସ ମାଡି ବସିଥିଲା । ଭିଜିଲାନ୍ସ ହାତରେ ବାବୁ ଧରାପଡିବା ପରେ ବାବୁଙ୍କ ନିଜସ୍ୱ ବାସଗୃହ କବିସୂର୍ଯ୍ୟନଗର ଠାରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଅଫିସରରେ ମାମଲା ରୁଜୁ କରାଯାଇଛି । ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ଓ ତହସିଲ ଅଞ୍ଚଳରେ ଦୁର୍ନୀତି ପାଦପାଦରେ ଦେଖିବାକୁ ମିଳୁଛି । ହେଲେ ଦୁର୍ନୀତି ଗ୍ରସ୍ତ ବାବୁ ମାନଙ୍କ ଉପରେ ଭିଜିଲାନ୍ସ ବିଭାଗର ଛାଇବି ପଡୁନି । କେବଳ ବଟି ଓ ଲାଞ୍ଚ ମାଗୁଥିବା ବ୍ୟକ୍ତି ଅଭିଯୋଗ କଲେ ଭିଜିଲାନ୍ସ ଧରପଗଡ଼ କରୁଥିବାର ନଜିର ରହିଛି । ଅଧିକାଂଶ ବାବୁ ମାନେ ତଳିଆ କର୍ମଚାରୀ ମାନଙ୍କ ସାହାଯ୍ୟରେ ଦେଣନେଣ କାରବାର କରୁଥିବାର ଦେଖିବାକୁ ମିଳୁଛି । କେଉଁ କାର୍ଯ୍ୟକୁ କେତେ ପିସି ସବୁ ବଡ଼ ବାବୁ ମାନେ ଫିକ୍ସ କରି ଲେଖା ଛିଡେଉଥିବାର ଆଲୋଚନା ହେଉଛି । ପିସି ଓ ଲାଞ୍ଚ କାରବାର ଯେତିକି ବଢ଼ୁଛି ସେତିକି ବାବୁମାନେ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି । ଆସିକା, କବିସୂର୍ଯ୍ୟନଗର, ଭଞ୍ଜନଗର, ହିଞ୍ଜିଳି, ଶେର ଗଡ଼, ପୁରୁଷୋତ୍ତମପୁର, ଦିଗପହଣ୍ଡି, ବୁଗୁଡ଼ା, ଆଦି ଅଞ୍ଚଳରେ ଭିଜିଲାନ୍ସ ବାବୁ ମାନଙ୍କ ଆଖି କେବେ ପଡୁଛି ଦେଖିବାକୁ ବାକି ରହିଲା ।