କନ୍ତିଆ ରଣା ସାହିରେ କୁରାଳ ପଞ୍ଚମୀ ପୂଜା 

 ବରୀ:   ବୋଦୁଅ ପଞ୍ଚାୟତ କନ୍ତିଆଗ୍ରାମ ରଣା ସାହିରେ ପାଞ୍ଚ ଦିନବ୍ୟାପି ପୂଜା ପାଳିତ ହେଉଛି । ପ୍ରତିଦିନ ଠାକୁରଙ୍କ ରୀତିନୀତି ଅନୁଯାୟୀ ପୂଜା ସହିତ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମକୁ ଦିଲୀପ ରଣା, ଧନେଶ୍ୱର ରଣା, ଚନ୍ଦ୍ରକାନ୍ତ ରଣା, ନିରଞ୍ଜନ ରଣା, ରମେଶ ଚନ୍ଦ୍ର ରଣା, ବିରଞ୍ଚି ରଣା, ବିଜୟ ରଣା ପ୍ରମୁଖ ପରିଚାଳନା କରିଥିଲେ ।