ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ପରିଚାଳନା ଯୋଜନା
ସମ୍ବଲପୁର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ରେଳଷ୍ଟେସନ ଏବଂ ଟ୍ରେନ୍ଗୁଡ଼ିକରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ସ୍ଥାନ ଓ ଟ୍ରେନ୍ମାନଙ୍କରେ ସ୍ୱଚ୍ଛ ତଥା ଥଣ୍ଡା ପାନୀୟ ଜଳର ଉପଲବ୍ଧତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏ ନେଇ ଅଧିକାରୀମାନେ ସମୀକ୍ଷା କରିବା ସହିତ ପାନୀୟ ଜଳ ଯୋଗାଣାକୁ ସୁନିଶ୍ଚିତ କରିବା ପାଇଁ ରେଳ ମନ୍ତ୍ରଣାଳୟର ନିଦେ୍ର୍ଦଶ ଅନୁସାରେ ଗାଇଡ଼ ଲାଇନ୍ ଜାରି କରିଛନ୍ତିି । ସମସ୍ତ ୱାଟରକୁଲରଗୁଡ଼ିକୁ କାର୍ଯ୍ୟକ୍ଷମ କରି ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ, ସମ୍ବେଦନଶୀଳ ରେଳଷ୍ଟେସନ ମାନଙ୍କରେ ଜଳ ଯୋଗାଣ ପାଇଁ ଆବଶ୍ୟକ ଅନୁସାରେ ୱାଟର ଟେଙ୍କର ବ୍ୟବସ୍ଥା, ପାନୀୟ ଜଳର ଉପଲବ୍ଧତା ସମ୍ପର୍କରେ ପ୍ଲାଟର୍ଫମମାନଙ୍କରେ ନିୟମିତ ଯାଞ୍ଚ ପାଇଁ ପଦକ୍ଷେପ ନିଆଯାଇଛି । ବେସରକାରୀ ଓ ସାମାଜିକ ସଂଗଠନମାନଙ୍କ ସହଯୋଗରେ, ବିଶେଷ କରି ପାନୀୟ ଜଳ ବିତରଣ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସ୍କାଉଟ୍ସ୍ ଏବଂ ଗାଇଡ଼ ଏବଂ ଅନ୍ୟ ସ୍ୱେଚ୍ଛାସେବୀମାନଙ୍କ ସହାୟତା ନେବା ତଥା ଜଳର ଅଭାବ ହେଲେ ସେଠାକାର ପୌରସଂସ୍ଥା ଓ ରାଜ୍ୟ ସରକାରଙ୍କ ସହାୟତାରେ ବିକଳ୍ପ ବ୍ୟବସ୍ଥା, ଜରୁରୀ ସ୍ଥିତି ଉପୁଜିଲେ ପାନୀୟ ଜଳ ସମସ୍ୟାର ପ୍ରତିକାର ପାଇଁ ଜରୁରୀକାଳୀନ ବ୍ୟବସ୍ଥା ସକାଶେ ୨୪ ଘଣ୍ଟିଆ ଅନୁଧ୍ୟାନକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ତଥା ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ସକାଶେ ମନ୍ତ୍ରଣାଳୟ ପ୍ରତିବଦ୍ଧ ବୋଲି ରେଳ ଡିଭିଜନ ପକ୍ଷରୁ କୁହାଯାଇଛି ।