ରାସ୍ତା କାମ କଲେ ସ୍ଥାନୀୟ ଯୁବଗୋଷ୍ଠୀ

 ବାରଙ୍ଗ  : ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହେଁଇପଡା ଗ୍ରାମ ପଞ୍ଚାୟତର ପାଟପୁର ଶଅର ସାହିର ମୁଖ୍ୟ ରାସ୍ତାକୁ ମରାମତି କଲେ ସ୍ଥାନୀୟ ଯୁବଗୋଷ୍ଠୀ । ଘଟଣାରୁ ପ୍ରକାଶ ପାଟପୁର ଶଅର ସାହିର ମୁଖ୍ୟ ରାସ୍ତାଟି ଦୀର୍ଘ ବର୍ଷ ହେବ କୈାଣସି ମରାମତି କାର୍ଯ୍ୟ କରାଯାଉ ନଥିବାରୁ ଗ୍ରାମ ବାସୀ ବହୁତ ସମସ୍ୟାର ସମ୍ମୁଖିନ ହେଉଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । କିନ୍ତୁ କୈାଣସି ସୁଫଳ ମିଳିନଥିଲା ଶେଷରେ ଗ୍ରାମର ଯୁବଗୋଷ୍ଠୀ ଏକାଠୀ ହୋଇ ମୁଖ୍ୟ ରାସ୍ତାର ହୋଇଥିବା ଖାଲଖମାକୁ ଟ୍ରାକ୍ଟର ମେସିନ ସାହାଯ୍ୟରେ ସମତୁଲ କରିବା ସହିତ ମୁଖ୍ୟ ରାସ୍ତାରେ ଜମି ରହୁଥିବା ବର୍ଷାପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଥିଲେ । ପାଟପୁର ଶଅର ସାହିର  ଯୁବଗୋଷ୍ଠୀଙ୍କ ଏଭଳି ପଦକ୍ଷେପ ସମସ୍ତ ମହଲରେ ସ୍ୱାଗତ କରାଯାଇଛି  ।