କନ୍ୟା ସଚେତନତା ଶୋଭାଯାତ୍ରା

ପୁରୀ : ପୁରୀ ଜିଲ୍ଳା ପ୍ରଶାସନର ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ୨୫୯୯ ଅଙ୍ଗନୱାଡ଼ି କେନ୍ଦ୍ରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁମାନଙ୍କ ସୁରକ୍ଷା ବେଟି ବଚାଓ ବେଟି ପଢାଓର ଆହ୍ୱାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା । ଜିଲ୍ଳାସ୍ତରରେ ଜିଲ୍ଳାସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀମାନେ ଏହାକୁ ପରିଚାଳନା କରିଥିଲେ । ସମାଜରେ କନ୍ୟା ଓ ପୁତ୍ର ଉଭୟଙ୍କର ଅବଦାନ ରହିଛି । କନ୍ୟାକୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପାଠ ପଢାଇଲେ ସେ ମଧ୍ୟ ସମାଜରେ ଜଣେ ସମ୍ବଳ ହୋଇ ଉଭା ହେବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିଶୁ ବିଶେଷ କରି କନ୍ୟାମାନଙ୍କ ସୁରକ୍ଷା ଲକ୍ଷ୍ୟରେ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦେ୍ଦଶ୍ୟ ବୋଲି ସମାଜକଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ । ଅପରପକ୍ଷରେ ଯଦି କୌଣସି କ୍ଷେତ୍ରରେ ଅସଦାଚରଣ ବା ସେହିଭଳି ମନ୍ଦ ଉଦେ୍ଦଶ୍ୟରେ କାହାଠାରୁ ଇଙ୍ଗିତ ମିଳେ ତେବେ ତତ୍କ୍ଷଣାତ୍ ମହିଳାମାନଙ୍କ ସୁରକ୍ଷା ପାଇଁ ହେଲ୍ପଲାଇନ୍ ନଂ-୧୮୧, ଶିଶୁ ସୁରକ୍ଷା ହେଲ୍ପଲାଇନ୍ ନଂ-୧୯୦୮ ଓ  ଏର୍ମଜେନ୍ସି ନମ୍ବର-୧୧୨ରେ ଯୋଗାଯୋଗ ପାଇଁ ଏହି ଶୋଭାଯାତ୍ରାରେ ସୂଚନା ଦିଆଯାଇଥିଲା ।