ଥାନାରେ ଯୋଗଦେଲେ ପୂର୍ବତନ ଆଇଆଇସି

 କାକଟପୁର : କାକଟପୁର ଥାନାରେ ଗତ ୮ ମାସ ପୂର୍ବରୁ ପୁରୀଜିଲ୍ଲା ସତ୍ୟବାଦୀ ଥାନାକୁ ବଦଳି ହୋଇଯାଇଥିବା ପୂର୍ବତନ ଆଇଆଇସି ଉମେଶ ଚନ୍ଦ୍ର ସାହୁ ପୁଣି ଥରେ କାକଟପୁର ଥାନାରେ ଯୋଗଦେଇଛନ୍ତି  । ଆଇଆଇସି ଶ୍ରୀ ସାହୁଙ୍କ ଯୋଗଦାନ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି  । ଶ୍ରୀ ସାହୁଙ୍କ କାର୍ଯ୍ୟକାଳ ସମୟରେ ଆଇନି ଶୃଙ୍ଖଳା ସୁବ୍ୟବସ୍ଥିତ ହୋଇଥିବାବେଳେ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିଲେ । ଏବେ ପୁଣି ଥରେ କାକଟପୁର ଥାନାର ଆଇଆଇସି ଭାବେ ଯୋଗଦେବା ପରେ କେତେକ ଅଭ୍ୟାସଗତ ଅପରାଧୀଙ୍କ ମନରେ ଛନକା ପଶିଛି । ଏ ସଂକ୍ରାନ୍ତରେ ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରେ କାକଟପୁର ଏକ ଶାନ୍ତି ପ୍ରିୟ ଅଞ୍ଚଳ, ଏଠାରେ କୌଣସି ଅପରାଧିକ କାର୍ଯ୍ୟକଳାପକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।