ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା : ଜିଲ୍ଲାପାଳ ରଘୁରାମ ଆର ଆୟାର ଆଜି ଆଳି ଏବଂ ପଟ୍ଟାମୁଣ୍ଡାଇ ବ୍ଲକ୍ ଗସ୍ତ କରି ବନ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଏହି ବ୍ଲକ ଅନ୍ତର୍ଗତ ନଦୀପାର୍ଶ୍ୱବର୍ତ୍ତୀ ଅବସ୍ଥିତ ଗ୍ରାମ ପଞ୍ଚାୟତ ଗୁଡିକ ଗସ୍ତ କରିଥିଲେ । ପରେ ଜିଲ୍ଲାପାଳ ବନ୍ୟା ପ୍ରସ୍ତୁତିକୁ ନେଇ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ, ରାଜସ୍ୱ ) ନବକ୍ରିଷ୍ଣ ଜେନା ଓ ରବୀନ୍ଦ୍ର କୁମାର ମଲ୍ଲିକ,  ଆଳି ଓ ପଟ୍ଟାମୁଣ୍ଡାଇ ବିଡିଓ, ତହସିଲଦାର ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।