କମିବନି ଭକ୍ତ ନିବାସ ପାର୍କିଂ ଫି
ପୁରୀ : କମିବନି ପୁରୀ ଶ୍ରୀମନ୍ଦିର ଭକ୍ତ ନିବାସ ପାର୍କିଂ ଫି। ଏନେଇ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସ୍ପଷ୍ଟ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଅରବିନ୍ଦ ପାଢୀ କହିଛନ୍ତି ଯେ, ଭକ୍ତ ନିବାସରେ ଯାତ୍ରୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ରୁମ୍ ଭଡା ଦିଆ ଯାଉଛି । ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡି ନେଇ ଆସୁନାହାନ୍ତି । ଯେଉଁମାନେ ଚାରିଚକିଆ ଗାଡି ଆଣିକି ଆସୁଛନ୍ତି ପାର୍କିଂ ଫି ବାବଦକୁ ୫୦୦ଟଙ୍କା ଦେବେ । ଏହା ବ୍ୟତିତ ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡି ପାର୍କିଂ କରିପାରିବେ ନାହିଁ । ଯାତ୍ରୀମାନେ ପୁରୀରେ ଥିବା ଅନ୍ୟ ପାର୍କିଂ ସ୍ଥଳରେ ୨୪୦ଟଙ୍କା ଦେଇ ସେମାନଙ୍କ ଗାଡ଼ି ପାର୍କିଂ କରୁଛନ୍ତି । ଏହା ସହ ଯାତ୍ରୀମାନେ ଚାହିଁଲେ ଅନ୍ୟ ପାର୍କିଂ ସ୍ଥଳରେ ଗାଡି ରଖି ଭକ୍ତ ନିବାସରେ ରହି ପାରିବେ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଗତ ୮ ତାରଖରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ସମସ୍ତ ଭକ୍ତ ନିବାସର ପାର୍କିଂ ଫି ବୃଦ୍ଧି କରାଯାଇଥିଲା । ଭକ୍ତ ନିବାସରରେ ୨୪ ଘଣ୍ଟା ପାଇଁ ଚାରିଚକିଆ ଯାନ ପାର୍କିଂ କଲେ ୫୦୦ଟଙ୍କା ସହ ୧୮ ପ୍ରତିଶତ ଅତିରୀକ୍ତ ଜିଏସ୍ଟି ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶନାମା ଜାରି କରିଥିଲେ ।
Samir Kumar Rout