ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

 ପୁରୀ: ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶ୍ରମିକ କାର୍ଯ୍ୟାଳୟ ତରଫରୁ ଜିଲ୍ଳାସ୍ତ୍ରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ରୁ କୁଶଳୀ ଶ୍ରମିକ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥ ବିଧାୟକ ସୁନୀଲ କୁମାର ମହାନ୍ତି ଓ ସମ୍ମାନିତଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗଦାନ କରିଥିଲେ ।  ଜିଲ୍ଳାରୁ ୯୮୬ଜଣ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା । ମୃତୁ୍ୟକାଳୀନ ଭତ୍ତା, ଶିକ୍ଷା, କନ୍ୟାମାନଙ୍କ ବିବାହ କରିବା ପାଇଁ ସହାୟତା ଭତ୍ତା, ପ୍ରସୂତିକାଳୀନ ଭତ୍ତା, ପ୍ରଦାନ କରାଯାଇଥିଲା । ପୁରୀ ଜିଲ୍ଳାରେ ପଞ୍ଜିକୃତ ହୋଇଛନ୍ତି ୧୬୦ ଅଣକୁଶଳୀ ସଂଗଠନ ଓ କୁଶଳୀ ସଂଗଠନ ୧୧ହଜାର । ମୋଟ ୯୮୬ଜଣ ହିତାଧିକାରୀଙ୍କ ମଧ୍ୟରୁ ସେବତୀ ଭୋଇଙ୍କୁ ମୃତୁ୍ୟକାଳୀନ ଭତ୍ତା ୩୦୫୦୦୦ ଟଙ୍କା, ପାର୍ବତୀ ପ୍ରଧାନଙ୍କୁ ୨୦୫୦୦୦ଟଙ୍କା ପ୍ରଦାନ କରାଯାଇଥିଲା । ବିବାହ ଭତ୍ତା ପାଇଁ ମହେଶ୍ୱର ସାହୁ ଓ ରଘୁନାଥ ମହାନ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଶିକ୍ଷା ମାଧ୍ୟମରେ ପିଲାଙ୍କ ଶିକ୍ଷକତା ପାଇଁ ଗଦାଧର ପ୍ରଧାନ, ମଞ୍ଜୁଲତା ରାଉତ, ଭାଗ୍ୟଧର ସାହୁଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ବ୍ଲକ୍ରେ ବର୍ଷକୁ ୪ଥର ଜନପ୍ରତିନିଧିଙ୍କ ମାଧ୍ୟମରେ କର୍ମଶାଳା କରିବାକୁ ଶ୍ରୀ ମହାନ୍ତି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ । ଏହି ସମାରୋହରେ ଜିଲ୍ଳା ଶ୍ରମ କମିଶନର ଚୌଧୁରୀ ପ୍ରତାପ ଜେନା ଉପସ୍ଥିତ ଥିଲେ ।